ଥଣ୍ଡା ପାନୀୟରେ ନିଶା ଦେଇ ଯୁବକଙ୍କଠାରୁ ଲୁଟ୍‌ପାଟ, ଅଟୋରେ ଛାଡ଼ି ଦେବାକୁ କହି ଲୁଟି ନେଲା ଚାଳକ

ପୁରୀ(କେନ୍ୟୁଜ୍):  ଥଣ୍ଡା ପାନୀୟରେ ନିଶା ଦେଇ ଯୁବକଙ୍କଠାରୁ ଲୁଟ୍‌ପାଟ । ଅଟୋରେ ଛାଡ଼ି ଦେବାକୁ କହି ଲୁଟି ନେଲା ଚାଳକ । ଏଭଳି ଲୁଟ୍‌ ଶିକାର ହୋଇଛନ୍ତି ପୁରୀ ଜିଲ୍ଲା ଗୋପ ବ୍ଲକ ଓଟରଶାସନର ଗାଁର ଦିଲ୍ଲୀପ କୁମାର ଦିକ୍ଷୀତ । ତାଙ୍କଠାରୁ ୨୭ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଏନେଇ ସେ କଟକ ଚାଉଳିଆଗଞ୍ଜ ଥାନାରେ ଏତଲା ଦେଇଛନ୍ତି । ଅଭିଯୋଗ ହୋଇଛି, ଦିଲ୍ଲୀପ ଅନୁଗୁଳରୁ ବସରେ କଟକ ପହଞ୍ଚିଥିଲେ । ନିଜ ଗାଁକୁ ଯିବା ପାଇଁ ଅପେକ୍ଷା କରିଥିବା ବେଳେ ଜଣେ ଅଟୋ ଚାଳକ ତାଙ୍କୁ କାକଟପୁର ଛାଡ଼ି ଦେବେ ବୋଲି କହିଥିଲେ । ଦୁହେଁ କିଛି ବାଟ ଆସିବା ପରେ ଗୋଟିଏ ଦୋକାନରୁ ଥଣ୍ଡା ଆଣି ପିଆଇଥିଲେ ଅଟୋ ଚଳାକ । ତାକୁ ପିଇବା ପରେ ଦିଲ୍ଲୀପଙ୍କର ମୁଣ୍ଡ ବୁଲାଇଥିଲା ଓ ସେ ଅଚେତ ହୋଇଯାଇଥିଲେ । ପରେ ତାଙ୍କ ମୋବାଇଲ୍‌ ଫୋନ୍‌ ସୁଇଚ୍‌ ଅଫ୍‌ ହୋଇଯିବାରୁ ପରିବାର ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ସେପଟେ ଭୁବନେଶ୍ୱର ପଳାଶୁଣୀ ନିଟକ ଏକ ଏଟିଏମ୍‌ ପାଖରୁ ଅଚେତ ଅବସ୍ଥାରେ ଦିଲ୍ଲୀପଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା ପୋଲିସ । ଚେତା ଫେରିବା ପରେ ସେ ସବୁ କଥା କହିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.