ଅଧିକ ମଦ ବିକ୍ରେତାଙ୍କୁ ପୁରସ୍କାର କରିବା ନିଷ୍ପତ୍ତି ସରକାରଙ୍କ ନୁହେଁ : ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ

ଭୁବନେଶ୍ବର : ବିଧାନସଭାରେ ଉଠିଛି ମଦ ଅଧିକ ବିକିଲେ ଦୋକାନୀଙ୍କୁ ପୁରସ୍କାର ପ୍ରସଙ୍ଗ । ଗୃହରେ ଆଜି ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ମନ୍ତ୍ରୀ କହିଛନ୍ତି, ପୁରସ୍କାର ଦେବା ନିଷ୍ପତ୍ତି ସରକାରଙ୍କ ନୁହଁ । ଏହା ହେଉଛି ଷ୍ଟାଣ୍ଡିଂ କମିଟିର ସୁପାରିଶ । ରାଜ୍ୟ ସରକାର ୮ ବର୍ଷ ଧରି ମଦର ଅପକାରିତା ବିଷୟରେ ସଚେତନତା କରିଛନ୍ତି । ଏ ବାବଦରେ ୩୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ପ୍ରତି ଜିଲ୍ଲାକୁ ୧ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଉଛି । ୨୦୦୬ ମସିହାରୁ ନୂଆ ମଦ ଦୋକାନ ପାଇଁ ଲାଇସେନ୍ସ ଦିଆଯାଇନଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.