ଗଣମାଧ୍ୟମକୁ ବାବୁସାନଙ୍କ ପ୍ରତିକ୍ରିୟା: ପୋଲିସ ଡକାଇଲେ ଥାନାକୁ ଯିବି

ଭୁବନେଶ୍ବର(କେନ୍ୟୁଜ୍): ମୋ ପୁଅ ମୋ ପାଖକୁ ଆସିବ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଲେ ବାବୁସାନ ମହାନ୍ତି । ଚେନ୍ନାଇରୁ ଭୁବନେଶ୍ୱର ଫେରି ବାପା ମାଆଙ୍କ ସହ ଜଗନ୍ନାଥ ବିହାର ଘରେ ରହୁଛନ୍ତି ବାବୁସାନ । ପୋଲିସ ଡକାଇଲେ ଥାନାକୁ ଯିବି କହିଲେ ବାବୁସାନ । ପଚରାଉଚରା ପରେ ଗଣମାଧ୍ୟମକୁ ସୂଚନା ଦେବି । ବାବୁସାନଙ୍କ ଘର ଅଆଗ.ରେ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ବାବୁସାନ ନିଜେ ଆସି କହିଛନ୍ତି ଅଆପଣମା.ନେ ଅ.ପେକ୍ଷା କରନ୍ତୁ ମୁଁ ସବୁ କିଛି କହିବି କିନ୍ତୁ ପୋଲିସ ପଚରା ଉଚରା ପରେ।

ବାବୁସାନ ଚେନ୍ନାଇରୁ ଭୁବନେଶ୍ୱର ଫେରିବାକୁ ଦୁଇ ଦିନ ହେଲାଣି । ବାପା ମାଆଙ୍କ ସହ ଘରେ ଅଛନ୍ତି । କିନ୍ତୁ ଏଯାଏ ତାଙ୍କୁ ପଚରାଉଚରା କରିନି ପୋଲିସ । ବାବୁସାନଙ୍କ ନାଁରେ IPCର ଦଫା ୪୯୮-ଏ ଓ ୫୦୬ରେ ମାମଲା ରୁଜୁ ହୋଇଛି । ଏତଲାରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପତ୍ନୀ ତୃପ୍ତି । ବୈବାହିକ ଜୀବନରେ ଅଶାନ୍ତି, ପରକୀୟା ପ୍ରୀତି, ନିଶା ଖାଉଥିବା ଭଳି ସଙ୍ଗୀନ ଅଭିଯୋଗ ରହିଛି । ତଥାପି ବାବୁସାନଙ୍କୁ କାହିଁକି ଏଯାଏ ପଚରାଉଚରା ହୋଇନି ? ଷ୍ଟାର ପାଓ୍ଵାର ଆଗରେ ଫିକା ପଡୁଛି କି ପୋଲିସ ପାଓ୍ଵାର ? ଏମିତି ଚର୍ଚ୍ଚା ଭିତରେ କାଲି ବାବୁସାନ ଥାନାରେ ହାଜରେ ହେବ ବୋଲି ସୂଚନା ମିଳିଛି । ସେପଟେ ଓଲିଉଡରେ ନିଶା ଦ୍ରବ୍ୟ ବ୍ୟବହାର ନେଇ ଥାନାରେ ଏତଲା ଦେଇଛି କଳିଙ୍ଗ ସେନା । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.