ଗଭୀର ଖାତରୁ ହାତୀ ଛୁଆ ଉଦ୍ଧାର, ୭ ରୁ ୮ ଫୁଟ ତଳକୁ ଖସି ପଡିଥିଲା

ଗଭୀର ଖାତରୁ ହାତୀ ଛୁଆ ଉଦ୍ଧାର। ଆଠମଲ୍ଲିକ ବନାଞ୍ଚଳ କୁଟୁଗାଁ ବିଟ୍ ଅନ୍ତର୍ଗତ ଅଏଡ଼ା ନିକଟସ୍ଥ ଖେସରା ଜଙ୍ଗଲରୁ ହାତୀ ଛୁଆକୁ ଉଦ୍ଧାର କରାଯାଇଛି। ଖେସରା ଜଙ୍ଗଲ ପାଖରେ ଗାଁଲୋକେ ଏବଂ ବନବିଭାଗ ହାତୀକୁ ମିଳିତ ଭାବେ ଘଉଡ଼ାଇଥିଲେ।

ଆଠମଲ୍ଲିକ (କେନ୍ୟୁଜ): ଗଭୀର ଖାତରୁ ହାତୀ ଛୁଆ ଉଦ୍ଧାର। ଆଠମଲ୍ଲିକ ବନାଞ୍ଚଳ କୁଟୁଗାଁ ବିଟ୍ ଅନ୍ତର୍ଗତ ଅଏଡ଼ା ନିକଟସ୍ଥ ଖେସରା ଜଙ୍ଗଲରୁ ହାତୀ ଛୁଆକୁ ଉଦ୍ଧାର କରାଯାଇଛି। ଖେସରା ଜଙ୍ଗଲ ପାଖରେ ଗାଁଲୋକେ ଏବଂ ବନବିଭାଗ ହାତୀକୁ ମିଳିତ ଭାବେ ଘଉଡ଼ାଇଥିଲେ।

ଏହି ସମୟରେ ହାତୀ ପଲରେ ଥିବା ଏକ ଛୁଆ ହାତୀ ୭ରୁ ୮ ଫୁଟ ଗଭୀର ଖାତ ଭିତରକୁ ଖସି ପଡ଼ିଥିଲା। ଖବର ପାଇ ଆଠମଲ୍ଲିକ ରେଞ୍ଜ ଅଫିସର ଓ ଫରେଷ୍ଟର ଘଟଣାସ୍ଥଳରେ ପହଞ୍ଚି ହାତୀ ଛୁଆକୁ ଉଦ୍ଧାର କରିଥିଲେ। ଜେସିବି ସାହାଯ୍ୟରେ ମାଟି ଖୋଳାଯାଇ ଉପରକୁ ଅଣାଯାଇଥିଲା। ଏହାପରେ ହାତୀ ଛୁଆଟି ଜଙ୍ଗଲ ଭିତରକୁ ପଳାଇ ଯାଇଥିଲା।

Leave A Reply

Your email address will not be published.