ଏସିଡ଼ ପକାଇବା ଧମକ ସହ ଅଭିନେତ୍ରୀଙ୍କ ମୋବାଇଲକୁ ଆସିଲା ଅଶ୍ଳୀଳ ମେସେଜ୍‌, ପୋଲିସ କମିଶନଙ୍କ ପାଖରେ ଅଭିଯୋଗ

ଭୁବନେଶ୍ବର (କେନ୍ଯୁଜ୍) : ଓଡ଼ିଆ ସିରିଏଲ ଅଭିନେତ୍ରୀଙ୍କ ମୋବାଇଲକୁ ଅଶ୍ଳୀଳ ଫଟୋ ଓ ମେସେଜ ଆସୁଥିବା ନେଇ ଅଭିଯୋଗ । ଏନେଇ ଅଭିନେତ୍ରୀ ପୋଲିସ କମିଶନରଙ୍କ ନିକଟରେ ଅଭିଯୋଗ କରିଛନ୍ତି । କିଛିଦିନ ହେବ ଏକ ଅଜଣା ନମ୍ବରରୁ ବାରମ୍ବାର ତାଙ୍କୁ ମେସେଜ ଆସୁଛି । ଏପରିକି ତାଙ୍କ ଉପରକୁ ଏସିଡ ପକାଇବାକୁ ମଧ୍ୟ ଦୁର୍ବୃତ୍ତ ଧମକ ଦେଉଛନ୍ତି । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସଂପୃକ୍ତ ନମ୍ବରକୁ ଟ୍ରାକ କରାଯାଇ ଅଭିଯୁକ୍ତକୁ ଧରିବାକୁ ପୋଲିସ ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.