Below header

ରେଲୱେ ଚାକିରି କରିବାର ଆଉ ଏକ ସୁଯୋଗ, ୧୫ ଅକ୍ଟୋବର ମଧ୍ୟରେ ଶୀଘ୍ର କରନ୍ତୁ ଆବେଦନ

ନୂଆଦିଲ୍ଲୀ : ଭାରତରେ ରେଲୱେ ଚାକିରିକୁ ରାଜକୀୟ ଚାକିରି ଭାବେ ଦେଖାଯାଇଥାଏ। ଏବେ ରେଲୱେ ନିଯୁକ୍ତି ବୋର୍ଡ଼ ପୁଣି ଗ୍ରୁପ୍-ଡ଼ିର ପଦ ପାଇଁ ଆବେଦନ ଘୋଷଣା କରିଛି। ଯଦି ଆପଣ ରେଲୱେରେ ଚାକିରି ପାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏହା ରହିଛି ସୁବର୍ଣ୍ଣ ସୁଯୋଗ। ରେଲୱେର ଏହି ଭର୍ତ୍ତି ୨,୬୦୦ ଟ୍ରାକମ୍ଯାନ୍ ପଦ ପାଇଁ ହେଉଛି। ଇଛୁକ ବ୍ଯକ୍ତି ୧୫ ଅକ୍ଟୋବର ମଧ୍ୟରେ ଶୀଘ୍ର ଏହି ପଦ ପାଇଁ ଆବେଦନ କରନ୍ତୁ।

ଯୋଗ୍ଯତା :

ଏହି ପଦ ପାଇଁ କେବଳ ଅବସରପ୍ରାପ୍ତ କର୍ମଚାରୀ ଆବେଦନ କରିପାରିବେ। ଅଧିକ ସୂଚନା ପାଇଁ ତଳେ ଦିଆଯାଇଥିବା ଲିଙ୍କରେ ନୋଟିଫିକେସନ୍ ପଢ଼ନ୍ତୁ…

ବୟସ ସୀମା :

୬୫ ବର୍ଷରୁ ଅଧିକ ହେବା ଆବଶ୍ଯକ ।

ଦରମା :

ସଫଳ ଆବେଦନକାରୀଙ୍କ ଦରମା ତାଙ୍କ ଶେଷ ଦରମା ବା ପେନସନର ବେସିକ୍ ହିସାବରେ ଅନୁସାରେ ତାହାକୁ ନିର୍ଦ୍ଧାରିତ କରାଯିବ।

ଚୟନ ପ୍ରକ୍ରିୟା :

ଟ୍ରାକମ୍ଯାନ୍ ପଦର ସଫଳ ଚୟନ କରାଯିବା ସହ ଅବସରପ୍ରାପ୍ତ ବ୍ଯକ୍ତିଙ୍କୁ ରି-ଏଙ୍ଗେଜମେଣ୍ଟ କରିବା ପାଇଁ କରାଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.