ବାନ୍ଧକଳାରେ ବିପ୍ଳବ : ଡବଲ ୱିଫ୍ ବୁଣା କୌଶଳର ଯାଦୁଗର ସୁକାନ୍ତ  

ସମ୍ବଲପୁରୀ ବସ୍ତ୍ରର ମାନ୍ୟତା ସାରା ବିଶ୍ୱରେ ରହିଛି । ନିଜସ୍ୱ ଡ଼ିଜାଇନ, ରଂଗ ପାଇଁ ସମ୍ବଲପୁରୀ ବସ୍ତ୍ରର ସ୍ୱତନ୍ତ୍ର ପରିଚୟ ରହିଛି । ଏହି ପୁରାତନ ବୟନ କଳାକୁ ଆହୁରି ସମୃଦ୍ଧ କରିବା ପାଇଁ ବରଗଡ଼ ଜିଲ୍ଲାର ଜଣେ ଯୁବ ବୁଣାକାର ଏବେ ନୂଆ ଜିଡ଼ାଇନ ବା ‘ଡବଲ ହ୍ୱିପ’ ବସ୍ତ୍ର ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି । ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକ ମହଲାକଟା ଗାଁର ସୁକାନ୍ତ ମେହେରଙ୍କ ଡବଲ ହି୍ୱପ୍ର ସ୍ୱତନ୍ତ୍ରତା, ଯାହାକି ବସ୍ତ୍ରର ଉଭୟ ପାର୍ଶ୍ବରେ ଭିନ୍ନ ଜିଡ଼ାଇନ, ଭିନ୍ନ ରଂଗରେ ପ୍ରସ୍ତୁତ କରୁଛନ୍ତି ।

SAREE-1

ବୁଣା ହେଉଛି  ସ୍କାର୍ପ, ଚୁନରୀ , ଡ଼ୋର ସ୍କ୍ରିନ ଯେଉଁଥିରେ କି ଗୋଟିଏ ପଟେ ବାନ୍ଧକଳା ମାଧ୍ୟମରେ ଆଦିବାସୀ ଚିତ୍ର କଳା ରହିଛି ତ ଅନ୍ୟପଟେ ବୃକ୍ଷ, ଲତା ଫୁଲର ସୁନ୍ଦର ଡ଼ିଜାଇନ କରାଯାଇଛି ।

SAREE-2

ସୁକାନ୍ତ ମେହେର ବାନ୍ଧକଳାରେ ରାଜ୍ୟ ହସ୍ତତନ୍ତ ପୁରସ୍କାର ପାଇଥିବା ବେଳେ ଏବେ ତାଙ୍କର ଏହି କଳାର ପ୍ରସାର ପାଇଁ ମହିଳାମାନଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରୁଛନ୍ତି । ବାନ୍ଧଶିଳ୍ପ ଓ କୁଟରୀ ଶିଳ୍ପ ନିର୍ଦ୍ଦେଶାଳୟ ଏହି ତାଲିମର ଆୟୋଜନ କରୁଛି ।

TRANING

ଏଥିରେ ମହିଳାମାନେ ରୋଜଗାର ପାଉଛନ୍ତି ଏବଂ ନୂତନ ପ୍ରକାର ବାନ୍ଧକଳାର ପ୍ରଚାର ପ୍ରସାର ମଧ୍ୟ ହୋଇ ପାରୁଛି ।

AWARD

ପୁଣି ଗୋଟିଏ ପରିବାରର ଚାରିଜଣ ବାନ୍ଧକଳାରେ ପୁରସ୍କାର ପାଇଥିବାରୁ ଗାଁ ପାଇଁ ଗର୍ବ ବୋଲି କହିଛନ୍ତି ଗ୍ରାମବାସୀ

ମହେନ୍ଦ୍ର କୁମାର ସାହୁ, କେନ୍ୟୁଜ୍ ବରଗଡ଼

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.