Below header

ବାହାନଗା ଟ୍ରେନ୍‌ ଟ୍ରାଜେଡି ମାମଲା: ଆଉ ୨ ରେଳ କର୍ମଚାରୀଙ୍କୁ ସିବିଆଇର ଜେରା

ବାହାନଗା ତ୍ରିପଲ ଟ୍ରେନ୍‌ ଟ୍ରାଜେଡି ମାମଲାରେ ଆଉ ୨ ରେଳ କର୍ମଚାରୀଙ୍କୁ ସିବିଆଇର ଜେରା । ପୂର୍ବରୁ ଏହି ୨ ରେଳ କର୍ମଚାରୀଙ୍କୁ ସମନ କରିଥିଲା କେନ୍ଦ୍ରୀୟ ତଦନ୍ତକାରୀ ଟିମ୍‌ । ଏପଟେ ଅନ୍ୟ ୩ ଜଣଙ୍କୁ ସିବିଆଇ ଅଫିସରେ ହାଜର ହେବାକୁ ସମନ ଜାରି ହୋଇଛି ।

ବାଲେଶ୍ୱର (କେନ୍ୟୁଜ): ବାହାନଗା ତ୍ରିପଲ ଟ୍ରେନ୍‌ ଟ୍ରାଜେଡି ମାମଲାରେ ଆଉ ୨ ରେଳ କର୍ମଚାରୀଙ୍କୁ ସିବିଆଇର ଜେରା । ପୂର୍ବରୁ ଏହି ୨ ରେଳ କର୍ମଚାରୀଙ୍କୁ ସମନ କରିଥିଲା କେନ୍ଦ୍ରୀୟ ତଦନ୍ତକାରୀ ଟିମ୍‌ । ଏପଟେ ଅନ୍ୟ ୩ ଜଣଙ୍କୁ ସିବିଆଇ ଅଫିସରେ ହାଜର ହେବାକୁ ସମନ ଜାରି ହୋଇଛି । ଫଳରେ ଆଗକୁ ଗିରଫଦାରୀ ବଢ଼ିବାର ଆଶଙ୍କା ରହିଛି । ମାମଲାରେ ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କ ଆଜି ରିମାଣ୍ଡ ଅବଧି ସରୁଛି । ଅଧିକ ଜେରା ପାଇଁ ସେମାନଙ୍କୁ ପୁଣି ରିମାଣ୍ଡରେ ନେବାକୁ ସିବିଆଇ ଆବେଦନ କରିପାରେ ।

ଜୁନ ୨ ତାରିଖରେ ବାହାନଗା ବଜାର ଷ୍ଟେସନଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା କରମଣ୍ଡଳ ଏକ୍ସପ୍ରେସ । ଏଥିରେ ଯଶବନ୍ତପୁର ଏକ୍ସପ୍ରେସର ୨ଟି ବଗି ଓ ମାଲବାହୀ ଟ୍ରେନ୍‌ କ୍ଷତିଗ୍ରସ୍ତ ହୋଇଥିଲା । ଟ୍ରିପଲ୍‌ ଟ୍ରେନ୍‌ ଟ୍ରାଜେଡି ନେଇଥିଲା ୨୯୩ ଜୀବନ । ହଜାରେରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ୫ ତାରିଖରେ ସିବିଆଇକୁ ଦିଆଯାଇଥିଲା ଦୁର୍ଘଟଣାର ତଦନ୍ତ ଭାର । ମାନବୀୟ ତ୍ରୁଟିରୁ ବାହାନଗା ଟ୍ରେନ୍‌ ଦୁର୍ଘଟଣା ହୋଇଥିବା ରେଲେଓ୍ଵ ସେଫଟି କମିଶନର ରିପୋର୍ଟରେ ଉଲ୍ଲେଖ କରିଥିଲେ । ସିଗନାଲ ଓ ଟେଲିକମ୍‌ ବିଭାଗର ତ୍ରୁଟିକୁ ତଦନ୍ତ ରିପୋର୍ଟରେ ଦର୍ଶାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.