ପଶ୍ଚିମବଙ୍ଗରେ କିଏ ପିନ୍ଧିବ ବିଜୟ ଟିକା, କଡ଼ା ସୁରକ୍ଷା ବଳୟ ଭିତରେ ଚାଲିଛି ଭୋଟ୍‌ ଗଣତି

ଆଜି ପଶ୍ଚିମବଙ୍ଗ ପଞ୍ଚାୟତ ରେଜଲ୍ଟ। ୨ଲକ୍ଷରୁ ଅଧିକ ପ୍ରାର୍ଥୀଙ୍କ ଆସିବ ଭାଗ୍ୟ ଫଳ । ୭୩ହଜାର ୮୮୭ ଆସନ ପାଇଁ ମତ ସାବ୍ୟସ୍ତ କରିଛନ୍ତି ୫ଲକ୍ଷ ୬୭ହଜାର ଭୋଟର । ମତଦାନ ଦିନ ପ୍ରବଳ ହିଂସାକାଣ୍ଡ ହୋଇଥିଲା । ତେଣୁ ଭୋଟ ଗଣତି ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ନୂଆଦିଲ୍ଲୀ : ଆଜି ପଶ୍ଚିମବଙ୍ଗ ପଞ୍ଚାୟତ ରେଜଲ୍ଟ । ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍‌ ଗଣତି । ୨ଲକ୍ଷରୁ ଅଧିକ ପ୍ରାର୍ଥୀଙ୍କ ଆସିବ ଭାଗ୍ୟ ଫଳ । ୭୩ହଜାର ୮୮୭ ଆସନ ପାଇଁ ମତ ସାବ୍ୟସ୍ତ କରିଛନ୍ତି ୫ଲକ୍ଷ ୬୭ହଜାର ଭୋଟର । ମତଦାନ ଦିନ ପ୍ରବଳ ହିଂସାକାଣ୍ଡ ହୋଇଥିଲା । ତେଣୁ ଭୋଟ ଗଣତି ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ହିଂସାକାଣ୍ଡ ହୋଇଥିବା ୧୯ ଜିଲ୍ଲାରେ ପ୍ରାୟ ୭୦୦ ମତଦାନ କେନ୍ଦ୍ରରେ ପୁନଃଭୋଟଗ୍ରଣ ହୋଇଥିଲା । ଆଜି କାଉଣ୍ଟିଂ ପାଇଁ ମତୟନ ହୋଇଛନ୍ତି କେନ୍ଦ୍ରୀୟ ସୁରକ୍ଷା ବାହିନୀ ।

ସେହିପରି ଭୋଟ ଗଣତି କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା ହୋଇଛି । ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ମୋଟ୍‌ ୬୯.୮୫ ପ୍ରତିଶତ ମତଦାନ ହୋଇଥିଲା । ବିଶେଷ କରି ତୃଣମୂଳ କଂଗ୍ରେସ ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଛି । ପଞ୍ଚାୟତ ନିର୍ବାଚନ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱ ରଖୁଛି । କାରଣ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ପଶ୍ଚିମବଙ୍ଗରେ ଟିଏମ୍‌ସି ଓ ବିଜେପି ପାଇଁ ଲିଟମସ୍‌ ଟେଷ୍ଟ ବୋଲି କୁହାଯାଉଛି । ପଶ୍ଚିମବଙ୍ଗରେ ୨୦୧୮ ପଞ୍ଚାୟତ ନିର୍ବାଚନରେ ଟିଏମ୍‌ସି ୩୪ ପ୍ରତିଶତ ଆସନ ଜିତିଥିଲା । ଚଳିତବର୍ଷ ମଧ୍ୟ ପ୍ରତିଦ୍ୱନ୍ଦିତା ନକରି ଶାସକ ଦଳ ଅନେକ ଆସନ ଜିତିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.