ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍‌: ୧୫ରୁ ଊର୍ଦ୍ଧ୍ୱ ଆହତ

ଘାଟିରେ ଓଲଟିଲା ବସ୍‌ । ଯାତ୍ରୀବାହୀ ବସ୍‌କୁ ପଛପଟୁ ଧକ୍କା ଦେଲା ଚାଉଳ ବୋଝେଇ ଟ୍ରକ୍‌ । ବିଳମ୍ବିତ ରାତିରେ ଆନନ୍ଦପୁର ସାତକୋଶିଆ ଘାଟିରେ ୩୦ ଫୁଟ ତଳକୁ ଖସିପଡିଛି ସାଇଶଙ୍କର ବସ୍‌ । ଦୁର୍ଘଟଣାରେ ୧୫ରୁ ଉର୍ଦ୍ଧ୍ୱ ଆହତ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି ।

 ଆନନ୍ଦପୁର (କେନ୍ୟୁଜ): ଘାଟିରେ ଓଲଟିଲା ବସ୍‌ । ଯାତ୍ରୀବାହୀ ବସ୍‌କୁ ପଛପଟୁ ଧକ୍କା ଦେଲା ଚାଉଳ ବୋଝେଇ ଟ୍ରକ୍‌ । ବିଳମ୍ବିତ ରାତିରେ ଆନନ୍ଦପୁର ସାତକୋଶିଆ ଘାଟିରେ ୩୦ ଫୁଟ ତଳକୁ ଖସିପଡିଛି ସାଇଶଙ୍କର ବସ୍‌ । ଦୁର୍ଘଟଣାରେ ୧୫ରୁ ଉର୍ଦ୍ଧ୍ୱ ଆହତ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି । ମୟୂରଭଞ୍ଜ ଜାମଦାରୁ ଭୁବନେଶ୍ୱର ଯାଉଥିଲା ବସ୍‌ । ସମସ୍ତ ଗୁରୁତର ଓ ଆହତଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ମହୁଲଡିହା ପୋଲିସ୍‌ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.