ବିପଦ ସଂକେତ ଛୁଇଁଲା ବୈତରଣୀ ନଦୀ ଜଳସ୍ତର, ଆତଙ୍କିତ ତଳିଆ ଅଞ୍ଚଳର ଲୋକେ

ଭଦ୍ରକ: ଲଗାଣ ବର୍ଷାରେ ଫୁଲୁଛି ବୈତରଣୀ ନଦୀ ଜଳସ୍ତର। ବିପଦ ସଂକେତ ଛୁଇଁଲା ଜଳସ୍ତର। ଆଖୁଆପଦା ନିକଟରେ ବିପଦ ସଙ୍କେତ ୧୭.୮୩ ମିଟର ଉପରେ ପ୍ରବାହିତ ହେଉଛି ବନ୍ୟା ଜଳ ।

ଗତ ଦୁଇ ଦିନ ହେବ ଭଦ୍ରକ ଜିଲ୍ଲା ବିଭିନ୍ନ ତଳିଆ ଅଞ୍ଚଳରେ ବର୍ଷା ପାଣି ଜମିରହିବା ଫଳରେ ନଦୀ ତଟବର୍ତ୍ତୀ ଓ ତଳିଆ ଅଞ୍ଚଳର ଲୋକମାନଙ୍କ ଚିନ୍ତା ବଢିଯାଇଛି। ଚାଷ ଜମି ମାନଙ୍କରେ ମଧ୍ୟ ପାଣି ଜମି ରହିଛି। ଫଳରେ ଧାମନରଗ, ତିହିଡିରେ ଶହ ଶହ ହେକ୍ଟର ଫସଲ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.