ବାଲେଶ୍ୱରରେ କାଳବୈଶାଖୀର ତାଣ୍ଡବ, ସହର ସମେତ ସମଗ୍ର ଜିଲ୍ଲାକୁ କରିଦେଇଛି ଅସ୍ତବ୍ୟସ୍ତ

ବାଲେଶ୍ୱର(କେନ୍ୟୁଜ୍‌) : ଆଜି କାଳ ବୈଶାଖିର ତାଣ୍ଡବ ଦେଖିବାକୁ ମିଳିଛି ସମଗ୍ର ବାଲେଶ୍ୱର ଜିଲ୍ଲାରେ । ଭୟଙ୍କର ପବନ ସାଙ୍ଗକୁ ବିଜୁଳି, ବର୍ଷା ଜିଲ୍ଲାରେ ନାହିଁ ନଥିବା କ୍ଷତି ଘଟାଇଛି । ବଡ଼ ବଡ଼ ଗଛମାନ ଉପୁଡ଼ି ପଡ଼ି ରାସ୍ତାରେ ପଡ଼ିଛି ।

ଧାନ ବିଲ ଓ ପରିବା କ୍ଷେତ ସବୁକିଛି କାଳବୈଶାଖି ଯୋଗୁ ଛାରଖାର ହୋଇଯାଇଛି । ଅନେକ ସ୍ଥାନରେ ବିଜୁଳି ଖୁଣ୍ଟିମାନ ଭାଙ୍ଗି ପଡ଼ିବା ଯୋଗୁ ସକାଳ ୧୧ଟାରୁ ସହରରେ ବିଦ୍ୟୁତ ସରବରାହରେ ବ୍ୟାଘାତ ସୃଷ୍ଟି ହୋଇଛି ।

ବାଲେଶ୍ୱର ସହରର ଚାନ୍ଦମାରି ପଡ଼ିଆ ନିକଟ ଏକ ବିଲ୍ଡିଂ ଉପରେ ଥିବା ମୋବାଇଲ୍‌ ଟାଓ୍ଵାର ଉପୁଡ଼ି ପଡ଼ିଛି । ଟାଓ୍ଵାରକୁ ରାସ୍ତାରୁ ହଟାଇବା ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି । ଏହି କାଳବୈଶାଖି ସମଗ୍ର ଜିଲ୍ଲାକୁ ଅସ୍ତବ୍ୟସ୍ତ କରିପକାଇଛି ।

ବାଲେଶ୍ୱର ଜିଲ୍ଲାରେ ବଜ୍ରପାତରେ ମୃତାହତ ହେବାର କୈାଣସି ଖବର ମିଳିନାହିଁ ।  କାଳବୈଶାଖି ଯୋଗୁ ପିଇବା ପାଣି ମିଳିବାରେ ସମସ୍ୟା ସୃଷ୍ଟି ହୋଇଛି । କରୋନା ପାଇଁ ବାଲେଶ୍ୱର ଜିଲ୍ଲାରେ ୬୦ ଘଣ୍ଟା ସଟ୍‌ଡାଉନ୍‌ ଘୋଷଣା କରାଯାଇଥିବାରୁ ଏବେ କାଳବୈଶାଖି ସଙ୍କଟକୁ ଆହୁରି ବଢ଼ାଇଦେଇଛି ।

Leave A Reply

Your email address will not be published.