Below header

ଆଗକୁ ବାଲେଶ୍ୱର ସଦର ଉପନିର୍ବାଚନ, ଚାଲିଛି ବିଜେଡିର ମାରାଥନ ବୈଠକ

ବାଲେଶ୍ୱର: ଆଗକୁ ବାଲେଶ୍ୱର ସଦର ଉପନିର୍ବାଚନ । ବିଭିନ୍ନ ଦଳ ଭିତରେ ନିର୍ବାଚନକୁ ନେଇ ଚାଲିଛି ଜୋରଦାର କସରତ । ହେଲେ ବିଜେଡି ଏବେ ଅଡୁଆ ସୂତାରେ । ଗତକାଲି ଉପନିର୍ବାଚନ ନେଇ ବିଜେଡିର ମାରାଥନ ବୈଠକ । ପର୍ଯ୍ୟବେକ୍ଷକ ପ୍ରତାପ ଜେନା ଜିଲ୍ଲା ବିଜେଡିର ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ସହ ଆଲୋଚନା କରିଥିଲେ । ଉପଯୁକ୍ତ ପ୍ରାର୍ଥୀ ନେଇ ଦଳ ଭିତରେ ଆଲୋଚନା ହୋଇଥିଲା ।

ଦଳର ରାଜ୍ୟ ସ୍ତରୀୟ ନେତାମାନେ ଜିଲ୍ଲାର ବରିଷ୍ଠ ନେତାମାନଙ୍କୁ ଦାୟିତ୍ୱ ଦେବା ସହ ସଦର ବିଧାନସଭା ନିର୍ବାଚନମଣ୍ଡଳୀର ପରାଜିତ ହୋଇଥିବା ନେତାଙ୍କ ଉପରେ ପୁଣିଥରେ ଭରସା କରିଛନ୍ତି । ଏହାଦ୍ୱାରା ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ଦଳ ଛାଡିବା ନେଇ ତାଙ୍କ ସମର୍ଥନ ମହଲରେ ଚର୍ଚ୍ଚା ଜୋର ଧରିଛି । ତେବେ ଏ ସମ୍ପର୍କରେ ଶ୍ରୀ ଜେନା ସିଧାସଳଖ କିଛି କହିନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.