ଜର୍ମାନୀ ବର ସହ ହାତଗଣ୍ଠି ପଡିଲା ବାଲେଶ୍ଵର କନ୍ୟାଙ୍କର, ସାତଦରୀଆ ପାରିର ପ୍ରେମ

ବାଲେଶ୍ଵର (କେନ୍ୟୁଜ): ପ୍ରେମ ଆଗରେ ଜାତି ,ଧର୍ମ ଓ ବର୍ଣ୍ଣ ସବୁ କିଛି ତୁଚ୍ଛ । ଆଉ ସେୟା ହିଁ ହୋଇଥିଲା । ବର ଥିଲେ ଜଣେ ଜର୍ମାନ ନାଗରିକ ଆଉ କନ୍ୟା ଥିଲେ ବାଲେଶ୍ଵର ଝିଅ । ମାନବ ବାଦର ବିଚାର ଆଗରେ ଜାତି, ଧର୍ମ, ବର୍ଣ୍ଣ ସବୁ କିଛି କୁ ତୁଚ୍ଛ କରି ଉଭୟ ପରିବାରର ସମ୍ମତି କ୍ରମେ ପ୍ରେମର ବିଜୟ ହେଲା । ଆଉ ବିଦେଶ ରେ ଉଭୟ ଙ୍କ ମଧ୍ୟରେ ଗଢ଼ି ଉଠିଥିବା ଦୀର୍ଘ ଦିନର ପ୍ରେମ ସମ୍ପର୍କକୁ ସାକାର କରିବା ପାଇଁ ଜର୍ମାନୀରୁ ବାଲେଶ୍ଵର ଆସିଥିଲେ ବିଦେଶୀ ବର । ଆଉ ବାହାଘର ହେଲା ସମ୍ପୂର୍ଣ୍ଣ ଭାବେ ହିନ୍ଦୁ ରୀତି ନୀତି ଅନୁସାରେ । ଏଭଳି ଏକ ବାହାଘର ଦେଖିବାକୁ ମିଳିଥିଲା ବାଲେଶ୍ଵରରେ ।

ତେବେ ଚାକିରି ସମୟରେ ଦରିଆ ସେପାରେ ବିଦେଶରେ ହିଁ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିବା ପ୍ରେମ ଆଉ ତାକୁ ବାସ୍ତବରେ ପରିଣତ କରିବା ପାଇଁ ଉଭୟେ ମନସ୍ଥିର କରିଥିଲେ ଆଉ ପରିବାରକୁ ଜଣାଇଥିଲେ । ଆଉ ତାହା ହିଁ ହେଲା ହୋମ ନିଆଁ କୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧି ହୋଇ ଥିଲେ ଉଭୟେ ତାହା ପୁଣି ସମ୍ପୂର୍ଣ୍ଣ ହିନ୍ଦୁ ରୀତି ନୀତି ଅନୁସାରେ ଉଭୟ ପରିବାରର ର ସମ୍ମତି କ୍ରମେ। ବାଲେଶ୍ଵର ରେ ଥିବା ମନର ମାନସୀ ସୋନାଲିଙ୍କୁ ବିବାହ କରିବା ପାଇଁ ବାରତରେ ନିଜ ବନ୍ଧୁ ପରିଜନ ଓ ପିତା ମାତାଙ୍କ ସହ ବାଲେଶ୍ଵର ଆସିଥିଲେ ବର ମାଇକେଲ ।

ଆଉ ନିଜ ମନର ମଣିଷ ଠାରୁ ଦୀର୍ଘ ଦିନରୁ ଅପେକ୍ଷା କରିଥିବା ସୋନାଲି ନାଇ ଥିଲେ ସିନ୍ଦୂର । ଆଜି କାଲି ରକ୍ଷଣଶୀଳ ସମାଜରେ ବିଚାରଧାରା ଓ ଜୀବନ ଶୈଳୀ ରେ ବେଶ୍ ପରିବର୍ତ୍ତନ ଦେଖିବାକୁ ମିଳୁଥିବା ବେଳେ ଅନେକ ସ୍ଥାନରେ ପରମ୍ପରା କୁ ଗୁରୁତ୍ଵ ଦିଆଯାଇ ଥାଏ କିନ୍ତୁ ଏହି ବିବାହ ଉତ୍ସବ ରେ ଉଭୟ ପରିବାରର ସର୍ବସମ୍ମତି ଉଭୟଙ୍କୁ ଏକାଠି କରିଥିଲା । ପ୍ରେମ ଆଗରେ ଅଜଣା ଅଚିହ୍ନା ମଣିଷ ଟେ ଯେଭଳି ନିଜର ମଣିଷ ପାଲଟି ଯାଏ ଓ ତା ପ୍ରତି ଆତ୍ମୀୟତ ବଢିଯାଏ ତାହାହିଁ ହୋଇଥିଲା ଉଭୟଙ୍କ ପକ୍ଷରେ ।

ସୋନାଲି ହେଉଛନ୍ତି ବାଲେଶ୍ଵର ସହରର ପ୍ରାକ୍ତନ ବି ଏସ .ଏନ .ଏଲ୍ ର , ଏଜିଏମ ରାମଚନ୍ଦ୍ର ନାୟକଙ୍କ ଜ୍ୟେଷ୍ଠ କନ୍ୟା । ଟ୍ରିପଲ ଆଇଟି ରେ ପ୍ରଥମେ କମ୍ପ୍ୟୁଟର ସାଇନ୍ସ କଲାପରେ ବମ୍ବେ ରେ ଚାକିରି କରିଥିଲେ ସୋନାଲି । ପରେ ବର୍ଲିନ ରେ ଆର୍ଟିଫିଶିଆଲ୍ ଇଣ୍ଟେଲିଜେନ୍ସ ରେ ଏମ ଏସ କରିଥିଲେ । ବର୍ତମାନ ସେ ଜର୍ମାନୀ ରେ ଟି ଡି ରିପ୍ଲାଇ ନାମକ ସଂସ୍ଥାର ଜୁନିୟର ଡାଟା ସାଇଣ୍ଟିଷ୍ଟ ଭାବେ କର୍ଯ୍ୟଧିନ ଅଛନ୍ତି । ବିବାହ ପୂର୍ବରୁ ସିନାଲି ଙ୍କ ସହ ପ୍ରଥମ ସାକ୍ଷାତ ହୁଏ ଟି ଡି ରିପ୍ଲାଇ ସଂସ୍ଥାର ରେ କାର୍ଯ୍ୟରତ ପୋଲାଣ୍ଡ ର କ୍ରକାଓ ସିଟିରେ ଜନ୍ମିତ ସିନିଅର ସିଷ୍ଟମ ମ୍ୟାନେଜର ମାଇକେଲ ବାଗେଯୋୱିକ ଙ୍କ ସହ । ମାଇକେଲ ଥିଲେ ସୋନାଲିଙ୍କ ସିନିୟର୍ ।

ସେ ଦୃଷ୍ଟି ରୁ ଉଭୟଙ୍କ ମଧ୍ୟରେ ଦେଖା ଚାହାଁ ହେଉଥିବା ବେଳେ ପରେ ପରେ ଉଭୟଙ୍କ ଦେଖା ଚାହାଁ ପ୍ରେମ ରେ ପରିଣତ ହୋଇଥିଲା । ଆଉ ଏହି ପ୍ରେମ ଉଭୟ ଙ୍କୁ ବିବାହ ବନ୍ଧନ ରେ ବାନ୍ଧିବା ପାଇଁ ଯେତେବଳେ ସ୍ଥିର ହୋଇଯାଇଥିଲା ସେତେବେଳେ ଜର୍ମାନ ଓ ଭାରତ ମଧ୍ୟରେ ଆଉ ଦୁରତ୍ଵ ଅଧିକ ନଥିଲା ।ଏବେ ଉଭୟେ ଖୁସି ରେ ଜର୍ମାନ ରେ ଖୁସି ରେ ଦିନ ବିତାଉ ଥିବା ବେଳେ ନିଜର ଶୁଭେଚ୍ଛା ଜଣାଇଛନ୍ତି । ଏବେ ଉଭୟ ରେ କାମ ରୁ ଅବସର ମିଳିଲେ ଭିଡିଓ କଲ୍ ଯୋଗେ ପରିବାର ଙ୍କ ସହ ଯୋଗାଯୋଗ ରେ ରହୁଛନ୍ତି । ଆଉ ବିଦେଶ ରେ ଝିଅ କୁ ବାହା ଦେଇ ଅନେକ ଖୁସି ପ୍ରକାଶ କରିଛନ୍ତି ଏହି ପରିବାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.