ଉପର ମୁଁହା ପାରଦ: ସୋନପୁରରେ ୪୩. ୯ ଡିଗ୍ରୀ ଛୁଇଁଲା ତାପମାତ୍ରା

ଭୁବନେଶ୍ୱର (କେନ୍ୟୁଜ): ତାତିରେ ଜଳୁଛି ସାରା ଓଡ଼ିଶା । ଆଜି ସୋନପୁରରେ ସର୍ବୋଚ୍ଚ ତାପମାତ୍ରା ୪୩ ଦଶମିକ ୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସୋନପୁର ସମେତ ବଲାଙ୍ଗୀର ଓ ଟିଟିଲାଗଡ଼ର ତାପମାତ୍ରା ୪୩ ଡିଗ୍ରୀ ସେଲିସୟସ ଉପରେ ରହିଛି । ଆସନ୍ତା ୧୭ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ଓ ବର୍ଷା ଆଶଙ୍କା । ଏନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଦିଆଯାଇଛି । ଏନେଇ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି SRC । ୟେଲୋ ଓ୍ଵାର୍ଣ୍ଣିଂ ଜାରି ଜିଲ୍ଲାରେ ପ୍ରଶାସନ ସଜାଗ ରହିବା ସହ କ୍ଷୟକ୍ଷତି ସମ୍ପର୍କରେ ରିପୋର୍ଟ ଦେବାକୁ କୁହାଯାଇଛି ।

ଆସନ୍ତା ୧୭ ତାରିଖ ଯାଏ ରାଜ୍ୟର କିଛି ଜିଲ୍ଲାରେ ବଜ୍ରପାତ ଓ ସ୍ପଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଘଡ଼ଘଡ଼ି ଓ ବଜ୍ରପାତ ପାଇଁ ୨୪ ଘଣ୍ଟା ପାଇଁ ୯ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ ଓ ରାୟଗଡ଼ା ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି । ସେହିପରି ୧୪ ତାରିଖ ପାଇଁ ୨୧ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ୧୫ ଓ ୧୬ ତାରିଖରେ ୧୭ ଜିଲ୍ଲା ଏବଂ ୧୭ ତାରିଖରେ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.