ପୂର୍ବତନ ଡିଜିପି ଅଭୟଙ୍କୁ ମିଳିଲା ନୂଆ ଦାୟିତ୍ୱ ; ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିସନର ହେଲେ ଅଧ୍ୟକ୍ଷ 

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନର-OSSCର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ପୂର୍ବତନ ପୋଲିସ ଡିଜି ଅଭୟ । ଦାୟିତ୍ୱ ଗ୍ରହଣଠୁ ୫ ବର୍ଷ କିମ୍ବା ତାଙ୍କୁ ୬୨ ବର୍ଷ ବୟସ ହେବା ପର୍ଯ୍ୟନ୍ତ ସେ ଦାୟିତ୍ୱରେ ରହିବେ। ନିଯୁକ୍ତି ପ୍ରକ୍ରିୟାରେ ପାରଦର୍ଶିତା ଆଣିବା ଓ ନିଯୁକ୍ତି ପ୍ରକ୍ରିୟା ପାଇଁ ଲାଗୁଥିବା ସମୟକୁ ହ୍ରାସ କରିବା ଦିଗରେ କାମ କରିବେ। ଏହା କହିଛନ୍ତି ନବ ନିଯୁକ୍ତ ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ କମିଶନ ଅଧ୍ୟକ୍ଷ ଅଭୟ। ନିକଟରେ ପୋଲିସ ଡିଜି ପଦରୁ ଅବସର ନେଇଥିଲେ ଅଭୟ।

ଏହାପରେ ତାଙ୍କୁ ନୂଆ ଦାୟିତ୍ୱ ମିଳିଥିଲା । ଡ୍ରଗ୍ସ କାରବାର ରୋକିବା ଲକ୍ଷ୍ୟରେ ରାଜ୍ୟ ସରକାର ଗଠନ କରିଥିବା ରାଜ୍ୟସ୍ତରୀୟ ଟାସ୍କ ଫୋର୍ସର ସେ ଉପାଧ୍ୟକ୍ଷ ହୋଇଥିଲେ । ଏବେ ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ କମିଶନର ଅଧ୍ୟକ୍ଷ ହୋଇଛନ୍ତି। ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଥିବାରୁ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ଅଭୟ।

You might also like