ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢାଉ; ଖଣ୍ଡଗିରିରୁ ଜବତ ହେଲା ୨୦୦୦ ଲିଟର ଦେଶୀ ମଦ, ୩ ଗିରଫ

ଭୁବନେଶ୍ୱର (କେନ୍ୟୁଜ): ଆଜି ଭୁବନେଶ୍ୱର ଅବକାରୀ ବିଭାଗ ର ଫ୍ଲାଇଙ୍ଗ ଟିମ୍ ର ଦାୟିତ୍ୱରେ ଥିବା ସୌମ୍ୟଜିତ ଦାସ ଓ ଅନ୍ୟ ଅଧିକାରୀଙ୍କ ସହଯୋଗ ରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ। ଚଢାଉ ବେଳେ ଛଅଜଣ ବ୍ୟକ୍ତିଙ୍କୁ ଗିରଫ କରିଥିଲେ। ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଖଣ୍ଡଗିରି ନାକା ଗେଟ୍ ଅଞ୍ଚଳ ମଧ୍ୟ ଚଢାଉ କରି ୨୦୦୦ ଲିଟର ଦେଶୀ ମଦ ଜବତ କରିଥିଲେ ।

ତାସହିତ ତିନି ଜଣ ବ୍ୟକ୍ତିଙ୍କୁ ଗିରଫ କରିଥିଲେ। ଆଉ ଏହି ମଦ ଆଠଗଡ଼ ଅଞ୍ଚଳରୁ ଆସୁଥିବା ଆଉ ଭୁବନେଶ୍ୱର ଆଖପାଖରେ ବିକ୍ରି ହେଉଥିବା କଥା ପ୍ରକାଶ କରିଛନ୍ତି ଅବକାରୀ ବିଭାଗର ପୋଲିସ ଅଧିକାରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.