Below header

ବାଲେଶ୍ୱରର ଗୌରବ ବୈଜ୍ଞାନିକ ଡ. ମିହିର ପଣ୍ଡା, ୧୦ ହଜାରରୁ ଉର୍ଦ୍ଧ୍ୱ ପ୍ରକଳ୍ପ ତିଆରି କରି ଲିମକା ବୁକ୍ ଅଫ ରେକର୍ଡରେ ପାଇଲେ ସ୍ଥାନ

ବାଲେଶ୍ୱର(କେନ୍ଯୁଜ): ବାଲେଶ୍ୱରର ଗୌରବ ବୈଜ୍ଞାନିକ ଡ ମିହିର ପଣ୍ଡା। ନିଜର ନିଷ୍ଠା ପାଇଁ ଆଜି ସଫଳତାର ଶୀର୍ଷରେ ପହଂଚି ପାରିଛନ୍ତି ମିହିର। ଦିନେ କରତ ଗୁଣ୍ଡ, ସାବୁନ ଖଣ୍ଡ, ଚୁମ୍ବକ ଓ ପାଣିକୁ ନେଇ ବିଜ୍ଞାନର ଠିକଣା ଖୋଜୁ ଖୋଜୁ ଆଜି ଭାରତର ଜଣେ ଶ୍ରେଷ୍ଠ ବୈଜ୍ଞାନିକ ଭାବେ ବିବେଚିତ ହୋଇ ପୁରଷ୍କୃତ ହୋଇ ଫେରିଛନ୍ତି । ବାଲେଶ୍ୱର ଜିଲ୍ଲା ବାହାନାଗା ବ୍ଲକ ଇଚ୍ଛାପୁର ଗାଁର ବୈଜ୍ଞାନିକ ଡ ମିହିର ପଣ୍ଡା ଜଣେ ସାଧାରଣ ଇଞ୍ଜିନିୟରରୁ ନିଜ ଜୟଯାତ୍ରା ଆରମ୍ଭ କରି ସେ ଆଜି ସେ ୧୦ ହଜାରରୁ ଉର୍ଦ୍ଧ୍ୱ ପ୍ରକଳ୍ପ ତିଆରି କରି ଜାତୀୟ ସ୍ତରରୁ ପୁରଷ୍କୃତ ହୋଇଛନ୍ତି। ଏଥିସହ ଆନ୍ତର୍ଜାତୀକ ସ୍ତରରୁ ୨୫ଟି ରେକର୍ଡ ହାସଲ କରି ଲିମକା ବୁକ୍ ଅଫ ରେକର୍ଡରେ ନିଜ ନାମକୁ ସ୍ଥାନୀତ କରିଛନ୍ତି।

ବୃତ୍ତିରେ ରାଜ୍ୟ ସରକାରଙ୍କ ପଂଚାୟତିରାଜ ଓ ପାନୀୟଜଳ ବିଭାଗର ଜଣେ ଯନ୍ତ୍ରୀ ଭାବେ କାର୍ଯ୍ଯରତ ମିହିର ପଣ୍ଡା । ହେଲେ ନିଶା ତାଙ୍କର ବିରଳ ଆଉ ଆଶା ଅସୁମାରୀ । ସରକାରୀ ଯନ୍ତ୍ରୀ ଭାବେ କାର୍ଯ୍ଯ ତୁଲାଇବା ସହ ଅବସର ସମୟକୁ ଜମା ସେ ନଷ୍ଟ ହେବାକୁ ଦେଇ ନାହାନ୍ତିା ନିଜ କର୍ମମୟ ଜୀବନରୁ ସମୟ ବାହାର କରି ଆଜି ସେ ବିରଳ ରେକର୍ଡର ଅଧିକାରୀ ହୋଇ ଓଡିଶା ତଥା ବାଲେଶ୍ୱର ପାଇଁ ଗୌରବ ଆଣିଛନ୍ତି । ନିଜ କର୍ମମୟ ଜୀବନରୁ ସମୟ ବାହର କରି ୧୯୮୭ ମସିହାଠାରୁ ପିଲାମାନଙ୍କ ପାଇଁ ଓ ଜନସାଧାରଣଙ୍କ ପାଇଁ ଉଦ୍ଧିଷ୍ଟ ବିଜ୍ଞାନ ସମ୍ମତ ଗବେଷଣା ଜାରି ରଖିଛନ୍ତି।

ଯେଉଁଥିରେ କୃଷକ, ଛାତ୍ରଛାତ୍ରୀ, ଦିବ୍ୟାଙ୍ଗ ମାନେ ସିଧାସଳଖ ଉପକୃତ ହୋଇ ପାରୁଛନ୍ତି। ଖାଲି ସେତିକି ନୁହଁ ଛାତ୍ରଛାତ୍ରୀ ମନରେ ବିଜ୍ଞାନ ବିଷୟରେ ଜାଗରଣ କରିବା ଓ ସେମାନଙ୍କୁ ବିଭିନ୍ନ ବିଜ୍ଞନ ପ୍ରକଳ୍ପ ସମ୍ବନ୍ଧୀୟ ଜ୍ଞାନ କୌଶଳ ପ୍ରଦାନ କରି ବେଶ ଖୁସି ଅନୁଭବ କରନ୍ତି ମିହିର। ଅଦ୍ୟାବଧି ବିଜ୍ଞାନକୁ ଲୋକପ୍ରିୟ କରାଇବା ଓ ନୁତନ ଉଦ୍ଭାବନ ପାଇଁ ୨୫ଟି ୱାର୍ଲ୍ଡ ରେକର୍ଡର ଅଧିକାରୀ ହୋଇଥିବା ମିହିର ଲିମକା ବୁକ୍ ଅଫ ରେକର୍ଡରେ ମଧ୍ୟ ନିଜ ନାଁକୁ ଯୋଡିବାର ସୌଭାଗ୍ୟ ଅର୍ଜନ କରିଛନ୍ତି।

sc

୧୦ ହଜାରରୁ ଉର୍ଦ୍ଧ୍ୱ ପ୍ରକଳ୍ପ ଉଦ୍ଭାବନ କରିବାରେ ପ୍ରଥମ ଭାରତୀୟ ଓ ପ୍ରଥମ ଓଡିଆ ଭାବେ ବିରଳ କୃତିତ୍ୱର ଅଧିକାରୀ ହୋଇପାରିଛନ୍ତି ମିହିର।
ଦୀର୍ଘ ୩୩ ବର୍ଷ ଧରି ନିଷ୍ଠାପର ଭାବେ ଜାରି ରଖିଛନ୍ତି ଉଦ୍ୟମ। ଦିନେ ଅର୍ଥ ଅଭାବରୁ କରତ ଗୁଣ୍ଡ, ସାବୁନ, ଚୁମ୍ବକ ଓ ପାଣିକୁ ନେଇ ବିଜ୍ଞାନର ତତ୍ତ୍ୱକୁ ବାହାର କରିବା ପାଇଁ ସାଧନା ଆରମ୍ଭ କରିଥିଲେ ଆଉ ଆଜି ତାଙ୍କର ଘରେ ନିର୍ମାଣ କରିଛନ୍ତି  ବୃହତ ପ୍ରୟୋଗଶାଳା ।  ୧୯୯୨ରେ ପ୍ରଥମେ ପରମାଣୁ ଶକ୍ତିକୁ କିଭଳି ଭାବେ ମାନବ ହିତରେ ବ୍ୟବହାର ହୋଇପାରିବ ତାକୁ ନେଇ ଗବେଷଣା କରି ସେ ସର୍ବଭାରତୀୟ ସ୍ତରରେ ପୁରଷ୍କୃତ ହୋଇଛନ୍ତି।

ତାଙ୍କର ବିଭିନ୍ନ ପ୍ରକଳ୍ପ ମଧ୍ୟରେ ରହିଛି ଡୁଆଲ ଫେସ ଫ୍ୟାନ୍, ବିଜୁଳି ପ୍ରଦାନକାରୀ ଫ୍ୟାନ,ଉନ୍ନତ ପ୍ରଣାଳୀର ପାଛୁଡିବା ଯନ୍ତ୍ର, ସିସୋମଗ୍ରାଫ୍, ଏପରିକି ୫୦ପ୍ରକାର କାମ କରିପାରୁଥିବା ପାଡେଲ ଚାଳିତ ମେସିନ, ଯନ୍ତ୍ରରେ ଏକା ସଙ୍ଗେ ମସଲା ବଟା, ଲୁଗା ସଫା କରା ଟାୟାରରେ ପମ୍ପ ଦେବା, ଔଷଧ ସ୍ପ୍ରେ କରିବା, ନଡିଆ କତା ଛଡାଇବା ବାସନ ସଫା କରିବା ପ୍ରଭୃତି ସଂପାଦନା କରୁଥିବା ମେସିନକୁ ଉଦ୍ଭାବନ କରି ବେଶ୍ ପ୍ରଶଂସିତ ହୋଇଛନ୍ତି। ମିହିରଙ୍କ ଏତେ ସଂଖ୍ୟକ ଉଦ୍ଭାବନ ପାଇଁ ମୁମ୍ବାଇର ଆନନ୍ଦ ଶ୍ରୀ ସଂସ୍ଥା ଥୋମାସ୍ ଆଲଭା ଏଡିସନ୍ ଅଫ ଇଣ୍ଡିଆ ଉପାଧିରେ ତାଙ୍କୁ ସମ୍ମାନୀତ କରିଛନ୍ତି। ସେହିପରି ଆସାମ୍ ବୁକ୍ ଅଫ ରେକର୍ଡ ତରଫରୁ ଆଇନ ଷ୍ଟାଇନ ଅଫ ଓଡିଶା ସମ୍ମାନରେ ସମ୍ମାନୀତ ବି ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.