Below header

ଯାଜପୁରରେ ରାତି ସାରା ଆୟୋଜିତ ହେଲା ବାଲି ମେଳଣ, ଶତାଧିକ ବିମାନଙ୍କ ରୋଷଣୀରେ କମ୍ପିଲା ମେଳଣ ପଡ଼ିଆ

ଯାଜପୁର ଟାଉନ (କେନ୍ୟୁଜ୍‌) : ଯାଜପୁର ଜିଲ୍ଲା ବରାହ ପୀଠ ନିକଟ ପୁଣ୍ୟତୋୟା ବୈତରଣୀ ବାଲିରେ ପବିତ୍ର ବାଲି ମେଳଣ ଅନୁଷ୍ଠିତ ହୋଇଯାଇଛି । ଏହି ମେଳଣରେ ସ୍ଥାନୀୟ ଅଂଚଳର ବିମାନ ସବୁ ପହଞ୍ଚି ଥିଲେ । ଏଠାରେ ପରମ୍ପରା ରହିଛି, ଏଡି ଜାଗାରେ ବାଲି ସ୍ପର୍ଶ ନକଲେ ଅନ୍ୟ କୌଣସି ମେଲଣକୁ ଯାଇ ପାରିନଥାନ୍ତି । ଚଳିତ ବର୍ଷ ୧୦୦ରୁ ଊର୍ଦ୍ଧ୍ୱ ରାଧା ଗୋବିନ୍ଦଙ୍କ ବିମାନ ଘଣ୍ଟ ଶଙ୍ଖ ବାଜା ରୋଷଣୀ ସହ କୀର୍ତ୍ତନ କରି ମେଳଣ ପଡିଆକୁ ଆସି ପବିତ୍ର ବାଲି ସ୍ପର୍ଶ କରି ଫେରିଛନ୍ତି । ବାଲି ମେଳଣ ପରିଚାଳନା କମିଟି ପକ୍ଷରୁ ଓଡିଶାର ସୁପ୍ରସିଦ୍ଧ କଣ୍ଠଶିଳ୍ପୀଙ୍କ ଦ୍ୱାରା ଭଜନ ପରିବେଶିତ ହୋଇଥିଲା । ଏଥି ସହ ମେଳଣ ପଡିଆରେ ମୀନାବଜାର ସହ ସାଂସ୍କୃତିକ କାର୍ଯ୍ୟକ୍ରମ ସାରା ରାତି ଅନୁଷ୍ଠିତ ହୋଇଥାଏ । ମେଳଣ କମିଟି ପକ୍ଷରୁ ପ୍ରତି ବିମାନକୁ ନୈବିଦ୍ୟ ଅର୍ପଣ କରାଯିବା ସହ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା କରାଯାଇଥାଏ । ଏହି ମେଳଣ ପଡିଆରେ ବିଭିନ୍ନ ପ୍ରଦର୍ଶନୀର ମଧ୍ୟ ଆୟୋଜନ କରାଯାଇଥିଲା । ପ୍ରବଳ ଭିଡକୁ ଲକ୍ଷ୍ୟ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇ ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.