ଏହି ଗାଁରେ ହୋଲି ଖେଳିବା ଅଶୁଭ, ବିଗତ ୨୦୭ ବର୍ଷ ହେବ ଏଠି ପାଳନ ହେଉନାହିଁ ହୋଲିକା ଦହନ, ଜାଣନ୍ତୁ କ’ଣ ହୋଇପାରେ କାରଣ?

ଗୁଜରାଟର ବନାସକାଣ୍ଠା ଜିଲା ରାମସଣ ଗାଁରେ ହୋଲି ଖେଳିବା ମନା। ଏଠି ଏହାକୁ ଅଶୁଭ ବୋଲି କୁହାଯାଏ। ଏହି ଗାଁରେ ବିଗତ ୨୦୭ ବର୍ଷ ହେବ ହୋଲି ଉତ୍ସବ ପାଳନ ହେଉନାହିଁ। ହୋଲି ଦିନ ନା କେହି ରଙ୍ଗ ଖେଳନ୍ତି ନା ହୋଲିକା ଦହନ ହୋଇଥାଏ। ଗାଁର ଲୋକସଂଖ୍ୟା ପାଖାପାଖି ୧୦ ହଜାର। ଗାଁର ପୂର୍ବ ନାଁ ଥିଲା ରାମେଶ୍ୱର। ମାନ୍ୟତା ରହିଛି ଯେ ଭଗବାନ ରାମ ଏଠାରେ ରାମେଶ୍ୱର ଭଗବାନଙ୍କ ପୂଜା କରୁଥିଲେ।

h2

ରାମସଣ ଗାଁ ଲୋକଙ୍କ କହିବା ହେଲା, ଏଠାରେ ୨୦୭ ବର୍ଷ ପୂର୍ବେ ହୋଲିକା ଦହନ ଏବଂ ହୋଲି ଧୁମ୍‌ଧାମରେ ପାଳନ ହେଉଥିଲା। କିନ୍ତୁ ହଠାତ୍‌ ପୂରା ଗାଁରେ ନିଅାଁ ଲାଗିଗଲା। ନିଅାଁର ପ୍ରକୋପ ଏତେ ଭୟାବହ ଥିଲା ଯେ ଅଧିକାଂଶ ଘର ଜଳିପୋଡ଼ି ପାଉଁଶ ହୋଇଗଲା। ସେବେଠାରୁ ଗ୍ରାମବାସୀଙ୍କ ଭିତରେ ଡର ପଶିଗଲା ଏବଂ ସେମାନେ ହୋଲି ପାଳିବା ବନ୍ଦ କରିଦେଲେ। ଏହି ଘଟଣା ପରେ ଗାଁର କୌଣସି ବି ଲୋକ ଆଜି ପଯ୍ୟର୍ନ୍ତ ହୋଲିକା ଦହନ କରିନାହାନ୍ତି କି ରଙ୍ଗ ଖେଳିନାହାନ୍ତି।

h3

ସେହିପରି ହୋଲିକା ନ ଜଳାଇବା ପଛରେ ଏକ ଲୋକକଥା ବି ରହିଛି। ଗାଁର ରାଜା ସାଧୁସନ୍ଥମାନଙ୍କୁ ଅପମାନ କରୁଥିଲେ। ଏହାକୁ ନେଇ ସାଧୁସନ୍ଥ କ୍ରୋଧିତ ହୋଇଯାଇଥିଲେ। ସେମାନେ ଗାଁ ସହ ରାଜାଙ୍କୁ ଅଭିଶାପ ଦେଇଥିଲେ ଯେ ହୋଲି ଦିନ ଗାଁରେ ନିଅାଁ ଲାଗିଯିବ ଏବଂ ପୂରା ଗାଁ ନିଅାଁ ମୁହଁକୁ ଚାଲିଯିବ। ଏହାପରେ ଗାଁ ଲୋକେ ଯେତେବେଳେ ହୋଲିକା ଦହନ କରିଥିଲେ, ସେତେବେଳେ ଗାଁରେ ନିଅାଁ ଲାଗିଯାଇଥିଲା। ଏହାପରଠୁ ଗ୍ରାମବାସୀ ହୋଲିକା ଦହନ କରିବା ବନ୍ଦ କରିଦେଇଥିଲେ। କିଛିବର୍ଷ ବିତିଯିବା ପରେ ଯେତେବେଳେ ସେମାନେ ପୁଣିଥରେ ହୋଲି ପର୍ବ ପାଳିଥିଲେ, ପୁଣି ନିଅାଁ ଲାଗିଯାଇଥିଲା। ଏଥିରେ ଅନେକ ଘର ପୋଡ଼ିଯାଇଥିଲା। ସେବେଠାରୁ ଆଜି ପଯ୍ୟର୍ନ୍ତ ଏଠି ହୋଲି ଉତ୍ସବ ପାଳନ ହେଉନାହିଁ।

Leave A Reply

Your email address will not be published.