ପାରମ୍ପରିକ ‘ଦହି ବରା’କୁ ଦିଅନ୍ତୁ ଏକ ନୂଆ ଟ୍ଵିଷ୍ଟ, ଘରେ ବନାଇ ଖାଆନ୍ତୁ ଓ ସମସ୍ତଙ୍କୁ ଖୁଆନ୍ତୁ

ହୋଲିକୁ ରଙ୍ଗର ପର୍ବ କୁହାଯାଏ । ଏହି ବିଶେଷ ଅବସରରେ ଯଦି ଘରେ ବିଶେଷ ଖାଦ୍ୟ ପ୍ରସ୍ତୁତ କରାଯାଏ । ତେବେ ହୋଲିର ମଜା ଦୁଇ ଗୁଣ ବଢିଯାଏ । ଏମିତିରେ ତ ଏହି ଦିନରେ ଅନେକ ପ୍ରକାର ଖାଦ୍ୟ ପ୍ରସ୍ତୁତ ହୁଏ । ଏହି ଦିନରେ ‘ଦହି ବରା’ର ମଜା ଅଲଗା । ଏହା ବିନା ଯେମିତି ହୋଲିର ମଜା ଅଧୁରା ରହିଯାଏ । ତେବେ ଆଜି ହିଁ ଘରେ ପ୍ରସ୍ତୁତ କରି ସମସ୍ତଙ୍କୁ ଖୁଆନ୍ତୁ ।

ଆବଶ୍ୟକୀୟ ସାମଗ୍ରୀ:

୧. ଦହି – ଏକ ଲିଟର

୨. ବିରି- ୨୫୦ ଗ୍ରାମ

୩. ଚିନି- ଦୁଇ ଚାମଚ

୪. କିସମିସ – ଏକ ବଡ ଚାମଚ

dahi bada

୫. ଜିରା- ଦେଢ଼ ଚାମଚ

୬. କଞ୍ଚା ଲଙ୍କା- ତିନୋଟି

୭. ହେଙ୍ଗୁ – ଚିମୁଟେ

୮. ଚାଟ ମସଲା- ଦୁଇ ଛୋଟ ଚାମଚ

୯. ଲୁଣ – ସ୍ବଦନୁସାରେ

ଚଟଣି ପାଇଁ ଆବଶ୍ୟକୀୟ ସାମଗ୍ରୀ:

ତେନ୍ତୁଳି – ୫୦୦ ଗ୍ରାମ
ଗୁଡ଼- ୧୦୦ ଗ୍ରାମ
ଜିରା – ଏକ ଚାମଚ
ଲଙ୍କା ଗୁଣ୍ଡ – ଏକ ଛୋଟ ଚାମଚ

Image result for dahi vada

ଲୁଣ

ପ୍ରସ୍ତୁତି ପ୍ରଣାଳୀ:

-ପ୍ରଥମେ ବିରି ଡ଼ାଲିକୁ ୮ ଘଣ୍ଟା ପାଇଁ ବତୁରାନ୍ତୁ । ଏହା ପରେ ଡ଼ାଲି, କଞ୍ଚା ଲଙ୍କା, ଜିରା, ହେଙ୍ଗୁ ଆଦିକୁ ଭଲ ଭାବେ ପେଷି ଦିଆନ୍ତୁ । ପେସା ଡ଼ାଲିରେ କିସମିସ ମିଶାନ୍ତୁ । ପରେ ଗୋଟେ ଗୋଟେ କରି ବରା କରି ଛାଣି ନିଅନ୍ତୁ।

– ଏବେ ଛଣା ଯାଇଥିବା ବରା ଗୁଡିକୁ ଉଷୁମ ପାଣିରେ ଭିଜାଇ ଦିଅନ୍ତୁ ।

– ଦହିକୁ ଭଲଭାବେ ଫେଣ୍ଟି ଦିଅନ୍ତୁ । ଚିନି ଓ ଜିରା ଗୁଣ୍ଡ ଦିଅନ୍ତୁ । ଆବଶ୍ୟକତା ଅନୁସାରେ ଦହି ଗାଢ଼ ବନାଇ ଦିଅନ୍ତୁ । ଭଲ ଭାବେ ମିଶାଇ ଫ୍ରିଜରେ ରଖି ଦିଅନ୍ତୁ ।
-ଚଟଣି ବନାଇବା ବତୁରା ଯାଇଥିବା ତେନ୍ତୁଳି, ଗୁଡ଼ କୁ ପେଷି ଦିଅନ୍ତୁ । ଏବେ ଚଟଣିରେ ଆବଶ୍ୟକତା ଅନୁସାରେ ମସଲା ଦିଅନ୍ତୁ । ଏବେ ସେଥିରେ ଲୁଣ ଓ ପାଣି ମିଶାନ୍ତୁ । ଧ୍ୟାନ ଦେବେ ଯେମିତି ଚଟଣି ଅଧିକ ଗାଢ଼ କିମ୍ବା ପାଣିଆ ନହେବ । ଏବେ ଆବଶ୍ୟକତା ଅନୁସାରେ ମସଲା ଗୋଳାନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଟେଷ୍ଟି ଚଟଣି ।

 

Leave A Reply

Your email address will not be published.