Below header

ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ITDAର ମୁଖ୍ୟ କିରାଣୀ, ସିକ୍ୟୁରିଟି ଟଙ୍କା ରିଲିଜ ପାଇଁ ଠିକାଦାରଙ୍କଠାରୁ ନେଉଥିଲେ ଲାଞ୍ଚ

ବାଲିଗୁଡ଼ା(କେନ୍ୟୁଜ୍):  ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ITDAର ମୁଖ୍ୟ କିରାଣୀ ବସନ୍ତ କୁମାର ପାଣି l ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ଧରିଛି ଭିଜିଲାନ୍ସ । ସିକ୍ୟୁରିଟି ଟଙ୍କା ରିଲିଜ ପାଇଁ ଜଣେ ଠିକାଦାରଙ୍କଠାରୁ ସେ ଲାଞ୍ଚ ନେଉଥିଲେ । ସିକ୍ୟୁରିଟି ବିଲ୍‌ କରାଇ ଦେବାକୁ ୮ ହଜାର ଟଙ୍କା ଡିଲ୍‌ ହୋଇଥିଲା । ପୂର୍ବରୁ ଦୁଇ ହଜାର ଟଙ୍କା ନେଇଥିଲେ ବସନ୍ତ ପାଣି ।

itda vigilance raid

ବାକି ୬ ହଜାର ଟଙ୍କା ନେବା ବେଳେ ରେଡ୍‌ ହୋଇଥିଲା । ଏହାପରେ ତାଙ୍କର ବାସଭବନରେ ଚଢାଉ ବେଳେ ନଗଦ ୧୩ ଲକ୍ଷ ଟଙ୍କା, ସୁନାଗହଣା ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଯାଞ୍ଚ ଚାଲିଛି । କନ୍ଧମାଳର ୨ଟି ସ୍ଥାନରେ ଚଡାଉ ଜାରି ରହିଛି। ଗିରଫ ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.