ଗୁଗୁଲ୍ ୟୁଜର୍ସଙ୍କ ପାଇଁ ଆସିଲା ଗୁରୁତ୍ୱ ପୂର୍ଣ୍ଣ ଖବର। ନଭେମ୍ବର ୯ ରୁ, ଆପଣଙ୍କର ଗୁଗୁଲ୍ ଆକାଉଣ୍ଟ୍ ପରିବର୍ତ୍ତନ ହେବାକୁ ଯାଉଛି । ବାସ୍ତବରେ ଗୁଗଲ ଆକାଉଣ୍ଟ ନଭେମ୍ବର ୯ ରୁ ଏକ ବଡ ସୁରକ୍ଷା ଅପଡେଟ୍ ପାଇବାକୁ ଯାଉଛି । ଯେଉଁଥିପାଇଁ ଆପଣଙ୍କର ଗୁଗୁଲ୍ ଆକାଉଣ୍ଟ୍ ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ ରହିବ । ଚଳିତ ବର୍ଷ ମେ ମାସରେ ଗୁଗୁଲ ଦ୍ୱାରା ବର୍ଷର ଶେଷ ପାଇଁ ଦୁଇ-ପର୍ଯ୍ୟାୟ ଯାଞ୍ଚ ବାଧ୍ୟତାମୂଳକ କରିବାକୁ ଘୋଷଣା କରାଯାଇଥିଲା ।
Gizmochina ରିପୋର୍ଟ ଅନୁଯାୟୀ ଗୁଗୁଲ କହିଛି ଯେ ନଭେମ୍ବର ୯ ରୁ ଲାଗୁ ହେବାକୁ ଥିବା ଏହି ଦୁଇ-ଭେରିଫିକେସନ ପ୍ରକ୍ରିୟା ଗୁଗୁଲ ଆକାଉଣ୍ଟକୁ ସିକ୍ୟୁରିଟି ଯୋଗାଇବ, ଯାହା ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟକୁ ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ ରଖିବ। ବର୍ତ୍ତମାନ ଯୁଗରେ ପାସୱାର୍ଡ ଚୋରି ଏକ ସାଧାରଣ କଥା ହୋଇଗଲାଣି । ଏହାକୁ ଏଡାଇବା ପାଇଁ କମ୍ପାନୀ ଦ୍ୱାରା ଏହି ଦୁଇ-ଭେରିଫିକେସନ ପ୍ରକ୍ରିୟା କାର୍ଯ୍ୟକାରୀ ହେଉଛି। ଏପରି ପରିସ୍ଥିତିରେ, ଯେତେବେଳେ ନଭେମ୍ବର ୯ ପରେ ଉପଭୋକ୍ତାମାନେ ଗୁଗୁଲ ଆକାଉଣ୍ଟକୁ ଏକ୍ସସେସ କରିବେ , ସେତେବେଳେ ଆପଣ ଏକ ଏସଏମଏସ କିମ୍ବା ଇ-ମେଲରେ ଏକ ପାସୱାର୍ଡ (OTP) ପାଇବେ, ଯେଉଁଥିରୁ OTP ଦେବା ପରେ ଗୁଗୁଲ ଆକାଉଣ୍ଟ ରେ ହିଁ ଏକ୍ସସେସ କରିପାରିବେ ।
ଇ-ମେଲ୍ ଏବଂ ଇନ୍-ଆପ୍ ପ୍ରମୋସନ ମାଧ୍ୟମରେ ଗୁଗୁଲ୍ ତାର ନୂତନ ଦୁଇ-ଭେରିଫିକେସନ ପ୍ରକ୍ରିୟା ପାଇଁ ବିଜ୍ଞପ୍ତି ଜାରି କରିଛି । ଗୁଗୁଲ୍ ଆକାଉଣ୍ଟସ୍ ପାଇଁ ଦୁଇ-ଭେରିଫିକେସନ ଅପଡେଟ ଭାବରେ ନଭେମ୍ବର ୯ ରୁ ସ୍ୱୟଂଚାଳିତ ଭାବରେ କାର୍ଯ୍ୟ କରିବେ। ଅର୍ଥାତ୍ ଉପଭୋକ୍ତାମାନଙ୍କୁ ଏଥିପାଇଁ କିଛି କରିବାକୁ ପଡ଼ିବ ନାହିଁ ।
ଏହା କିପରି କାମ କରିବ
ଉପଭୋକ୍ତାମାନଙ୍କୁ ସେମାନଙ୍କ ଗୁଗୁଲ ଆକାଉଣ୍ଟରେ ପୂର୍ବ ପରି ଲଗ୍ ଇନ୍ କରିବାକୁ ପାସୱାର୍ଡ ଦେବାକୁ ହେବ ।
ଏହା ପରେ ଆପଣଙ୍କୁ ଦୁଇ ସୋପାନ ଭେରିଫିକେସନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଯାଞ୍ଚ କରିବାକୁ ପଡିବ ।
ଏହା ପରେ ମେଲ୍ କିମ୍ବା SMS ମାଧ୍ୟମରେ OTP ଆପଣଙ୍କ ଫୋନକୁ ପଠାଯିବ ।
ଏହି OTP କୁ ଦେବା ପରେ ହିଁ ଆପଣ ଗୁଗୁଲ୍ ଆକାଉଣ୍ଟକୁ ଏକ୍ସସେସ କରିପାରିବେ।