Below header

ମହଙ୍ଗା ପଡ଼ିଲା ବାୟୋ ବବଲ୍‌ ଉଲ୍ଲଂଘନ: ପ୍ରଥମେ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ରୁ ବାଦ୍‌ ପଡ଼ିଲେ, ଏବେ T20 World Cupରୁ ବାହାରିଗଲେ ଅମ୍ପାୟର ମାଇକେଲ ଗଫ୍‌

ଟି-୨୦ ବିଶ୍ୱକପ୍‌ ୨୦୨୧ରେ ବୁଧବାର ଭାରତୀୟ ଟିମ୍‌ ଆଫଗାନିସ୍ତାନ ଉପରେ ୬୬ ରନ୍‌ରେ ବିଜୟ ହାସଲ କରିଛି ଏବଂ ଜଣାଇ ଦେଇଛି କି, ସେମାନଙ୍କ ଭିତରେ ପ୍ରତ୍ୟାବର୍ତ୍ତନର ପୂରା ଦମ୍‌ ଭରିକି ଅଛି। ଯଦିଓ ଏହାରି ଭିତରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଟୁର୍ନାମେଣ୍ଟର ଅଂଶ ଥିବା ଜଣେ ଇଂଲିଶ ଅମ୍ପାୟରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଇସିସି ଇଂଲଣ୍ଡର ଅମ୍ପାୟର ମାଇକେଲ ଗଫ୍‌ଙ୍କୁ ଟି-୨୦ ବିଶ୍ୱକପ୍‌ ୨୦୨୧ରୁ ହଟାଇ ଦେଇଛି, ଯାହାଫଳରେ କି, ସେ ଏବେ ଟୁର୍ନାମେଣ୍ଟର ବଳକା ମ୍ୟାଚ୍‌ଗୁଡ଼ିକରେ ନଜର ଆସିବେ ନାହିଁ। ଖବରରୁ ଜଣାପଡ଼ିଛି, ନିକଟ ଅତୀତରେ ମାଇକେଲ ଗଫ୍‌ ଟୁର୍ନାମେଣ୍ଟର ବାୟୋ ବବଲ୍‌କୁ ଉଲ୍ଲଂଘନ କରିଥିଲେ, ଯେଉଁ କାରଣରୁ ଆଇସିସି ଏଭଳି ନିଷ୍ପତ୍ତି ନେଇଛି। ଗତ ସପ୍ତାହରେ ଗଫ୍‌ ବିନା ଅନୁମତିରେ ହୋଟେଲରୁ ବାହାରକୁ ବାହାରିଥିଲେ ଏବଂ ବାହାର ବ୍ୟକ୍ତିମାନଙ୍କୁ ଭେଟିଥିଲେ। ଏହା ପରଠୁ ତାଙ୍କୁ ୬ ଦିନ ପାଇଁ କ୍ୱାରେଣ୍ଟାଇନ୍‌ କରାଯାଇଥିଲା।

ଆଇସିସି କହିଛି କି, ବାୟୋ ବବଲ୍‌ ନିୟମ ଉଲ୍ଲଂଘନ କରିବା ପରେ ଅମ୍ପାୟର ମାଇକେଲ ଗଫ୍‌ଙ୍କୁ ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୧ର ବାକି ମ୍ୟାଚ୍‌ଗୁଡ଼ିକରେ ନିଯୁକ୍ତ କରାଯିବ ନାହିଁ। ଗତ ସପ୍ତାହରେ ଦୁବାଇରେ ଖେଳା ଯାଇଥିବା ଭାରତ ଓ ନ୍ୟୁଜିଲାଣ୍ଡ ମ୍ୟାଚ୍‌ରେ ଗଫ୍‌ଙ୍କୁ ଅଧିକାରୀର ଭୂମିକା ତୁଲାଇବାର ଥିଲା। କିନ୍ତୁ ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କୁ ହଟାଇ ଦିଆଯାଇଥିଲା ଏବଂ ତାଙ୍କ ଜାଗାରେ ଦକ୍ଷିଣ ଆଫ୍ରିକାର ମରାଇସ୍‌ ଇରାସ୍‌ମସ ଦାୟିତ୍ୱ ସମ୍ଭାଳିଥିଲେ। ସୂଚନାଥାଉ କି, ଆଇସିସି ସମସ୍ତ ଖେଳାଳି ଏବଂ ଅମ୍ପାୟରଙ୍କୁ ବାୟୋ ବବଲ୍‌କୁ ନେଇ କଡ଼ା ନିର୍ଦ୍ଦେଶ ଦେଇଥିଲା। ଯଦି କେହି ହୋଟେଲ କିମ୍ବା ପଡ଼ିଆରେ ହୋଇଥିବା ବାୟୋ ବବଲ୍‌ ନିୟମକୁ ଉଲ୍ଲଂଘନ କରିବ, ତ ତାଙ୍କୁ ଆଇସୋଲେଶନରେ ରହିବାକୁ ପଡ଼ିବ ବୋଲି ନିର୍ଦ୍ଦେଶ ରହିଥିଲା।

କ୍ୱାରେଣ୍ଟାଇନ୍‌ରେ ପ୍ରତି ଗୋଟିଏ ଦିନ ଛାଡ଼ି କରାଯାଇଥିଲା ଗଫ୍‌ଙ୍କ ଟେଷ୍ଟ

ଡରହମ୍‌ର ପୂର୍ବତନ ବୋଲର ତଥା ଅନ୍ତର୍ଜାତୟ କ୍ରିକେଟର ସର୍ବଶ୍ରେଷ୍ଠ ଅମ୍ପାୟରଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ୪୧ ବର୍ଷୀୟ ଗଫ୍‌। କ୍ୱାରେଣ୍ଟାଇନ୍‌ ସମୟରେ ପ୍ରତି ଗୋଟିଏ ଦିନ ଛାଡ଼ି ତାଙ୍କର ଟେଷ୍ଟ କରାଯାଉଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.