ଦିନକ ପାଇଁ ବଢିଲା ଐତିହାସିକ ବାଲିଯାତ୍ରା: ୧୬ ବଦଳରେ ୧୭ରେ ସରିବ

କଟକ (କେନ୍ୟୁଜ): ବୃଦ୍ଧି ପାଇଲା କଟକ ବାଲିଯାତ୍ରା ସମୟ ସୀମା। ଅଧିକ ଗୋଟିଏ ଦିନ ଚାଲିବ ବାଲିଯାତ୍ରା। ୧୬ତାରିଖ ପରିବର୍ତ୍ତେ ୧୭ତାରିଖରେ ସରିବ ବାଲିଯାତ୍ରା। ଏନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଘୋଷଣା କରିଛନ୍ତି।

ବାଲିଯାତ୍ରା ବୁଲିବାରେ ଲୋକଙ୍କ ଆଗ୍ରହ, ଉତ୍ସାହକୁ ଦୃଷ୍ଟିରେ ରଖି ଯାତ୍ରାର ଅବଧିକୁ ଆଉ ଦୁଇ ଦିନ ବଢ଼ାଇବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା କଟକ ମହାନଗର ନିଗମ (ସିଏମ୍‌ସି) । ଏନେଇ ସୋମବାର ସିଏମ୍‌ସିର ସ୍ୱତନ୍ତ୍ର ବରାଦି ବୈଠକରେ ଆଲୋଚନା ପରେ ନିଗମ ପକ୍ଷରୁ ସରକାରଙ୍କୁ ବିଧିବଦ୍ଧ ପ୍ରସ୍ତାବ ଦେଇ ଚିଠି ଲେଖାଯାଇଥିଲା । ଫଳରେ ବାଲିଯାତ୍ରା ଆଉ ଦୁଇଦିନ ବଢ଼ିବା ନେଇ ଆଶା ସଂଚାର ହୋଇଥିଲା । ହେଲେ ସରକାର ଦିନେ ବଢାଇବାକୁ ଦେଇଛନ୍ତି ଅନୁମୋଦନ । ସେପଟେ କାଗଜ ଡଙ୍ଗାରେ ତିଆରି ବିଶ୍ୱ ରେକର୍ଡ କଲା କଟକ। ୩୫ ମିନିଟ୍‌ରେ ତିଆରି ହେଲା ୨୨ ହଜାର ଡଙ୍ଗା। ବାରବାଟୀରେ ମୋଟ ୨୧୭୯ ଛାତ୍ରଛାତ୍ରୀ ପ୍ରସ୍ତୁତ କଲେ କାଗଜ ଡଙ୍ଗା। ନଭେମ୍ବର ୮ତାରିଖରୁ ଆରମ୍ଭ ହୋଇଛି କଟକ ପ୍ରସିଦ୍ଧ ବାଲିଯାତ୍ରା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.