Below header

ସୁନ୍ଦରଗଡ଼: ମଧ୍ୟାହ୍ନ ଭୋଜନ ବେଳେ ପିଲାଙ୍କ ଆଗରେ ବିଇଓ ଖାଇଲେ ଚିକେନ୍‌ ତରକାରୀ ଓ ସାଲଡ, କିନ୍ତୁ ଛାତ୍ରଛତ୍ରୀ କେବଳ ଡାଲି ଭାତ

ସୁନ୍ଦରଗଡ଼(କେନ୍ୟୁଜ୍): ଛାତ୍ରଛାତ୍ରୀଙ୍କ ସହ ଏକାଠି ବସି ମଧ୍ୟାହ୍ନ ଭୋଜନ ଖାଇଲେ ଗୋଷ୍ଠୀ ଶିକ୍ଷା ଅଧିକାରୀ। ଛାତ୍ରଛାତ୍ରୀ ଖାଇଲେ ଭାତ-ଡାଲମା। କିନ୍ତୁ ବିଓଇ ଖାଇଲେ ସୁଆଦିଆ ଖାଦ୍ୟ। ବିଇଓଙ୍କୁ ଭାତ ସହ ପରଷାଗଲା ଡାଲି, ଚିକେନ୍‌, ତରକାରୀ ଓ ସାଲଡ। ସୁନ୍ଦରଗଡ଼ ଜିଲ୍ଲାର ବଣାଇ ବିଇଓ ଏଭଳି ଖାଦ୍ୟ ଖାଇଥିଲେ। ସୋସିଆଲ୍‌ ମିଡିଆରେ ଏହି ଫଟୋ ଭାଇରାଲ୍‌ ହେବାରେ ଲାଗିଛି। ଗତ ୩ ତାରିଖରେ ବଣାଇ ବିଇଓ ବିନୟ ପ୍ରକାଶ ସଏ ତିଲେଇମାଲ ପ୍ରୋଜେକ୍ଟ ପ୍ରାଇମେରୀ ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ। ସେଠାରେ ପିଲାଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ କରିଥିଲେ। ବିଇଓ ଖବରକୁ ଖଣ୍ଡନ କରିଛନ୍ତି। କହିଛନ୍ତି, ସେ ଚିକେନ୍‌ ଖାଇ ନଥିଲେ। ବିଦ୍ୟାଳୟର ଶିକ୍ଷୟିତ୍ରୀ ତାଙ୍କୁ କଲରା ଭଜା ଓ ବାଇଗଣ ଭରତା ଖାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.