ଏମିତି ଜିମ୍‌, ଯେଉଁଠି ପଇସା ଦେଇ ଯୁବତୀମାନଙ୍କଠାରୁ ମାଡ଼ ଖାଇବାକୁ ଆସନ୍ତି ଲୋକେ

ଉତ୍ତର ଲଣ୍ଡନରେ ଏକ ବିଚିତ୍ର ଫେତିଶ୍ ଜିମ୍ ରହିଛି, ଯେଉଁଠି ଯୁବତୀମାନଙ୍କଠାରୁ ମାଡ଼ ଖାଇବା ପାଇଁ ପୁରୁଷମାନେ ଆସିଥାଆନ୍ତି। ଆଉ ଏହି ସେବାକୁ ଯୁବତୀମାନେ ମାଗଣାରେ କରି ନ ଥାଆନ୍ତି, ବରଂ ଏଥିପାଇଁ ମୋଟା ଅଙ୍କର ପଇସା ନିଅନ୍ତି। ପ୍ରତି ସେଶନରେ ୧୫୦ ପାଉଣ୍ଡ ଅର୍ଥାତ୍ ଭାରତୀୟ ଅନୁସାରେ ୧୩,୩୫୦ ଟଙ୍କା ନିଅନ୍ତି। ଏହି ଜିମ୍‌ରେ ପୁରୁଷଙ୍କୁ ମାଡ଼ ମାରୁଥିବା ଯୁବତୀମାନେ ପେସାରେ ବଡି ବିଲ୍ଡର ଅଟନ୍ତି। ସେମାନେ ମାଡ଼ ଖାଇବାକୁ ଇଚ୍ଛୁକ ଥିବା କ୍ଲାଇଣ୍ଟଙ୍କ ଇଚ୍ଛା ଅନୁସାରେ ସେମାନଙ୍କୁ ମାଡ଼ ମାରିଥାଆନ୍ତି।

ଏହାସହ ପଢ଼ନ୍ତୁ: ଲକ୍ଷେରେ ଗୋଟିଏ ଥିଲେ ଏହି ଯୁବତୀ, ହେଲେ କ୍ଷଣିକ ଭିତରେ ବଦଳିଗଲା ସବୁକିଛି, ଏବେ ଦେଖାଯାଉଛନ୍ତି ଏମିତି

ଏହି ମାଡ଼ ଏକପ୍ରକାର କୁସ୍ତି ଭଳି ହୋଇଥାଏ, ଯେଉଁଥିରେ କିଛି ଲୋକ ଜିତିବା ପାଇଁ ମଧ୍ୟ ଲଢ଼ିଥାଆନ୍ତି। କିନ୍ତୁ ପେସାଦାର ବଡି ବିଲ୍ଡର ଯୁବତୀମାନଙ୍କୁ ହରାଇବା ସହଜ ହୋଇ ନ ଥାଏ। ଅଧିକାଂଶ ଲୋକ କେବଳ ମାଡ଼ ହିଁ ଖାଇଥାଆନ୍ତି। ଏଠି କେବଳ ଯେ ପଇସା ପାଇଁ ମାଡ଼ ମରାଯାଏ ତା’ ନୁହେଁ, ବରଂ ଗ୍ରାହକମାନେ ନିଜ ପସନ୍ଦ ଅନୁସାରେ ଯୁବତୀ ଚୟନ କରିଥାଆନ୍ତି। କାରଣ, ଗ୍ରାହକଙ୍କୁ ଭଗବାନ ବୋଲି ବିଶ୍ୱାସ କରାଯାଏ। କେବଳ ଏତିକି ହିଁ ନୁହେଁ, ସେମାନଙ୍କ ପସନ୍ଦ ଅନୁସାରେ ସେମାନେ ଯୁବତୀମାନଙ୍କୁ ବିକିନି, ଛୋଟ କପଡ଼ା ପିନ୍ଧିବାକୁ ଦାବି କରନ୍ତି। ଏହାସହ କ୍ଲାଇଣ୍ଟଙ୍କୁ ସେମାନଙ୍କ ଇଚ୍ଛା ବିଷୟରେ ପଚରାଯାଇଥାଏ ଏବଂ ସେହି ହିସାବରେ ତାଙ୍କ ସହ ରିଙ୍ଗ୍‌ରେ ଲଢ଼େଇ କରାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.