ବଣାଇ ବ୍ଲକ ଉପାଧ୍ୟକ୍ଷା ନିଖୋଜ ମାମଲା, ଅପହରଣ ଅଭିଯୋଗ ଆଣିଲେ ସ୍ୱାମୀ

ବଣାଇ (କେନ୍ୟୁଜ); ସୁନ୍ଦରଗଡ଼ ବଣାଇ ବ୍ଲକ ଉପାଧ୍ୟକ୍ଷା ବିନତି ବେହେରାଙ୍କୁ ଅପହରଣ ଅଭିଯୋଗ। ଏନେଇ ଟିକାୟତପାଲୀ ଥାନାରେ ଏତଲା କଲେ ଉପାଧ୍ୟକ୍ଷାଙ୍କ ସ୍ୱାମୀ ପ୍ରସନ୍ନ ବେହେରା।

ଥାନାରେ ଦେଇଥିବା ଏତଲା ଅନୁଯାୟୀ, ବଣାଇ ଗୋଷ୍ଠୀ ଶିକ୍ଷା କାର୍ଯ୍ଯଳୟରେ ସିଆରସିସି ଭାବେ କାର୍ଯ୍ଯରତ ସରସରା ନିବାସୀ ପ୍ରସନ୍ନ କୁମାର ବେହେରା ୨୦୧୫ ମସିହାରେ ବିନତୀ ବେହେରାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବର୍ତ୍ତମାନ ସେ ବଣାଇ ବ୍ଲକର ଉପାଧ୍ୟକ୍ଷ ଥିଲେ। ତାଙ୍କର ଗୋଟେ ୧୪ ବର୍ଷର ପୁଅ ଅନୁଗୁଳ ଜିଲ୍ଲା ଖମାର ସ୍ଥିତ ଓଡଷ ସରସ୍‌ତୀ ଶିଶୁ ବିଦ୍ୟା ମନ୍ଦିରରେ ରହି ପାଠ ପଢୁଥିବା ବେଳେ ଗତମାସ ବଡ ଦିନ ଛୁଟିରେ ଘରକୁ ଆସିଥିଲା। ଛୁଟି ସରିଲା ପରେ ବିନତୀ ବେହେରା ବଣାଇ ରୁ ଅନୁଗୁଳ ଯାଉଥିବା ସ୍ୱସ୍ତି ରଥରେ ପୁଅ କୁ ଛାଡ଼ିବା ପାଇଁ ଜାନୁୟାରୀ ୪ ତାରିଖ ଦିନ ଘରୁ ବାହାରି ଥିଲେ। ଯିବା ସମୟରେ ଅନେକ ଥର ସ୍ୱାମୀ ଙ୍କ ସହିତ ଫୋନ ରେ କଥା ହେଉଥିବା ବେଳେ ପୁଅକୁ ସ୍କୁଲରେ ଛାଡି ଫେରିଲା ପରେ ତାଙ୍କ ସହିତ କୌଣସି ଯୋଗାଯୋଗ ହେଇ ପାରି ନ ଥିଲା ଏବଂ ତାଙ୍କର ମୋବାଇଲ ସ୍ବୀଚ ଅଫ ଜଣା ପଡ଼ିଥିଲା।

ଏହା ପରେ ସେ ତାଙ୍କର ନିକଟତମ ବନ୍ଧୁବାନ୍ଧବ ଓ ସମ୍ପର୍କୀୟଙ୍କ ପାଖରେ ଖୋଜାଖୋଜି କରିଲା ପରେ ତାଙ୍କର ଅତାପତା ମିଳି ନଥିଲା। ଆଜକୁ ପ୍ରାୟ ସପ୍ତାହରୁ ଉର୍ଦ୍ଧ୍ଵ ଦିନ ଧରି ଘରକୁ ନ ଫେରିବାରୁ ଶେଷରେ ତାଙ୍କ ସ୍ୱାମୀ ଟିକାୟତପାଲି ଥାନାରେ ପହଞ୍ଚି ବିନତୀଙ୍କୁ କେହି ଅପହରଣ କରି ନେଇଥିବା ଅଭିଯୋଗ କରିଛନ୍ତି। ଫଳରେ ଥାନା ଅଧିକାରୀ ଏକ ଅପହରଣ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣା ପଡିଛି। ଏ ଘଟଣା କୁ ନେଇ ବଣାଇ ଉପଖଣ୍ଡ ପୋଲିସ ଅଧିକାରୀ ସ୍ୱରାଜ ଦେବତା ଙ୍କୁ ପଚାରିବାରୁ ଏହା ଅପହରଣ ଘଟଣା ନୁହେଁ ଏହା ଏକ ନିଖୋଜ ଘଟଣା ଏବଂ ପୋଲିସ ର ତଦନ୍ତ ପରେ ପ୍ରକୃତ ଘଟଣା ଜଣା ପଡିବ ବୋଲି ପ୍ରକାଶ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.