‘ବନ୍ଦେ ଉତ୍କଳ ଜନନୀ’ : ନବୀନଙ୍କ ଆହ୍ଵାନ ପରେ ଟ୍ରେଣ୍ଡିଂ ହେଉଛି ରାଜ୍ୟ ସାରା, ଗୀତ ଆପଣ ବି ଶିଖନ୍ତୁ ଆମ ଜରିଆରେ

ଭୁବନେଶ୍ୱର (କେ ନ୍ୟୁଜ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ଵାନ ଏବେ ସାରା ରାଜ୍ୟରେ ଟ୍ରେଣ୍ଡ ପାଲଟିଛି । ଶନିବାର ମେ ୩୦ ତାରିଖ ସନ୍ଧ୍ୟା ୫ଟା ୩୦ ମିନିଟ୍‌ରେ ଯିଏ ଯେଉଁଠି ଅଛନ୍ତି ସମସ୍ତ ଓଡ଼ିଆ ‘ବନ୍ଦେ ଉତ୍କଳ ଜନନୀଟ୍ଟ’ ସଂଗୀତ ଗାନ କରିବାକୁ ଅନୁରୋଧ କରିଛନ୍ତି । ବର୍ତ୍ତମାନର ସବୁଠାରୁ ବଡ଼ ସଂକଟ ମହାମାରୀ କରୋନା ବିରୋଧରେ ଲଢ଼େଇ କରୁଥିବା ଯୋଦ୍ଧାମାନଙ୍କ ସମ୍ମାନରେ ଏବଂ ସେମାନଙ୍କ ଉତ୍ସାହ ବଢ଼ାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଆହ୍ଵାନ ଦେଇଛନ୍ତି । ଓଡ଼ିଶା ହେଉ କି ଓଡ଼ିଶା ବାହାରେ ଯେଉଁଠି ବି ଓଡ଼ିଆମାନେ ଅଛନ୍ତି ସମସ୍ତେ ଏହି ଦେଶ ବନ୍ଦନା ଗୀତଟି ଗାଇବାକୁ କୁହାଯାଇଛି ।
ଆମ ଭିତରୁ କିଛି ହୁଏତ ଏ ଗୀତ ଜାଣିଥିବେ କିନ୍ତୁ ଅନେକ ଜାଣି ନଥିବେ । ସେଥିଲାଗି କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ଏହି ଲୋକପ୍ରିୟ ଗୀତଟିକୁ ଆମେ ଏଠାରେ ଆପଣମାନଙ୍କ ପାଇଁ ଉପସ୍ଥାପନ କରୁଛୁ ।

 

BANDE UTKAL

Leave A Reply

Your email address will not be published.