ଭୁବନେଶ୍ବର: ବ୍ୟାଙ୍କ ଲୁଟିବାକୁ ଆସିଥିଲେ ଖେଳନା ବନ୍ଧୁକ ଧରି, ବିଲ ଭିତରେ ପୂରାଇ ନିସ୍ତୁକ ଛେଚିଲେ ଲୋକେ

ଭୁବନେଶ୍ବର(କେନ୍ୟୁଜ୍):  ଏସବିଆଇ ବ୍ୟାଙ୍କ୍‌ରୁ ଲୁଟ୍‌ ଉଦ୍ୟମ ପଣ୍ଡ । ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟ୍‌ ଉଦ୍ୟମ ବେଳେ ଲୁଟେରା ଗିରଫ, ଲକ୍ଷାଧିକ ଟଙ୍କା ଜବତ । ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅଟଳା ଷ୍ଟେଟ୍‌ ବ୍ୟାଙ୍କକୁ ଲୁଟ୍‌ ଉଦ୍ୟମ ବେଳେ ଗିରଫ ହେଲା ଲୁଟେରା । ଗିରଫ ଅଭିଯୁକ୍ତ ବାଲିଅନ୍ତା ଅଞ୍ଚଳର ଉମାକାନ୍ତ ପରିଡା । ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ୫ଟାରେ ବ୍ୟାଙ୍କ୍‌ ବନ୍ଦ ହେବା ବେଳେ ଲୁଟେରା ବ୍ୟାଙ୍କ୍‌ ଭିତରେ ପଶି ପିଅନ ଗଙ୍ଗାଧରଙ୍କୁ ଛୁରୀ ଦେଖାଇ ଭୟଭୀତ କରିଥିଲା ।

ସେହି ସମୟରେ ବ୍ୟାଙ୍କରେ ୪ଜଣ ବ୍ୟାଙ୍କ କର୍ମଚାରୀଙ୍କୁ ରେକର୍ଡ ରୁମ୍‌ ଭିତରେ ବନ୍ଦ କରି ଲୁଟ୍‌ ଉଦ୍ୟମ କରିଥିଲା । ନଗଦ ୮ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସୁନା ଅଳଙ୍କାର ଲୁଟି ଚମ୍ପଟ ମାରିଥିଲା । ବ୍ୟାଙ୍କ କର୍ମଚାରୀ ଓ କିଛି ସ୍ଥାନୀୟ ଯୁବକ ଲୁଟେରାକୁ ଗୋଡାଇ ବିଲ ଭିତରେ କାବୁ କରି ନିର୍ଦ୍ଧୁମ ଛେଚିବା ପରେ ପୋଲିସ ଜିମା ଦେଇଥିଲେ । ବାଲିଅନ୍ତା ପୋଲିସ ଘଟଣାସ୍ଥଳରୁ ଯୁବକକୁ ଗିରଫ କରି ଟଙ୍କା, ସୁନା, ବାଇକ ଆଦି ଜବତ ସହ ଅଧିକ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.