ଭୁଶୁଡ଼ି ପଡ଼ିଲା ବ୍ୟାଙ୍କ ଛାତ, ଛୁଟି ଥିବାରୁ ଟଳିଗଲା ବଡ଼ ବିପଦ
ସମ୍ବଲପୁର ସହରର କୁଞ୍ଜେଲପଡ଼ା ଛକରେ ଥିବା ସମ୍ବଲପୁର ଜିଲ୍ଲା ସମବାୟ କେନ୍ଦ୍ର ବ୍ୟାଙ୍କର ସିଟି ବ୍ରାଞ୍ଚର ଛାତ ଭୁଶୁଡ଼ି ପଡ଼ିଛି। ଆଜି ସକାଳେ ଏହାର ସମ୍ମୁଖ ଭାଗ ଛାତ ସଂପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି। ତେବେ ରବିବାର ହୋଇଥିବାରୁ ଏକ ବଡ଼ ବିପଦ ଟଳି ଯାଇଛି।

ସମ୍ବଲପୁର (କେନ୍ୟୁଜ); ଧସିଲା ବ୍ୟାଙ୍କ ଛାତ। ସମ୍ବଲପୁରରେ ଜିଲ୍ଲା ସମବାୟ କେନ୍ଦ୍ର ବ୍ୟାଙ୍କ ଲିମିଟେଡର ଛାତ ଧସିଛି। କୁଞ୍ଜେଲପଡ଼ାରେ ଥିବା ବ୍ୟାଙ୍କର ଛାତ ମଧ୍ୟାହ୍ନରେ ହଠାତ ଭୁଶୁଡ଼ି ପଡ଼ିଥିଲା। ରବିବାର ଛୁଟି ଯୋଗୁଁ ବଡ଼ ଧରଣର ଅଘଟଣ ଟଳିଯାଇଛି।
ବ୍ୟାଙ୍କର ପ୍ରଥମ ଘର ଛାତଟି ଭୁଶୁଡ଼ି ପଡ଼ିଛି। ସେହି ରୁମରେ ଅନେକ କାଗଜପତ୍ର ରହିଥିଲା। ଘରଟି ବହୁ ପୁରୁଣା ହୋଇଥିବାରୁ ଛାତଟି ଆଜି ଭାଙ୍ଗି ଯାଇଥିବା ସନ୍ଦେହ କରାଯାଉଛି। ଲଗାଣ ବର୍ଷା ରହିଥିବାରୁ ବର୍ଷା ପାଣି ବ୍ୟାଙ୍କ ଛାତ ଉପରେ ଜମା ହୋଇ ରହୁଥିଲା। ନଷ୍ଟ ହୋଇ ଆଜି ଛାତଟି ଭୁଶୁଡ଼ି ପଡିଛି। ତେବେ ଏଥିରେ ବ୍ୟାଙ୍କର କଣ ସବୁ ନଷ୍ଟ ହୋଇଛି ବ୍ୟାଙ୍କ କର୍ତ୍ତୃପକ୍ଷ ସେନେଇ ପ୍ରତିକ୍ରିୟା ରଖିନାହାନ୍ତି।