ଗୁରୁକୃପା ଆଶ୍ରମରେ ହତ୍ୟାକାଣ୍ଡ ଘଟଣା: ଆହତ ବାବା ଦୟାନିଧି ଦାସଙ୍କ ମୃତ୍ୟୁ
ପୁରୀ ବାସେଳି ସାହି ଥାନା ଗୁରୁକୃପା ଆଶ୍ରମରେ ହତ୍ୟାକାଣ୍ଡ ଘଟଣା। କଟକ ବଡ଼ ମେଡ଼ିକାଲରେ ଗୁରୁତର ଅବସ୍ଥାରେ ଚିକିତ୍ସା ହେଉଥିବା ଦୟାନିଧି ଦାସଙ୍କ ମୃତ୍ୟୁ ହୋଇଛି।

ପୁରୀ (କେନ୍ୟୁଜ): ପୁରୀ ବାସେଳି ସାହି ଥାନା ଗୁରୁକୃପା ଆଶ୍ରମରେ ହତ୍ୟାକାଣ୍ଡ ଘଟଣା। କଟକ ବଡ଼ ମେଡ଼ିକାଲରେ ଗୁରୁତର ଅବସ୍ଥାରେ ଚିକିତ୍ସା ହେଉଥିବା ଦୟାନିଧି ଦାସଙ୍କ ମୃତ୍ୟୁ ହୋଇଛି। ମୁଖ୍ୟ ଅଭିଯୁକ୍ତ ରବିନ୍ଦ୍ର କୁମାର ଜେନା ଓରଫ ବିଷ୍ଣୁ ବାବାକୁ ଗିରଫ କରି କୋର୍ଟ ଚାଲାଣ କଲା ବାସେଳି ସାହି ଥାନା ପୋଲିସ।
ସୂଚନା ଅନୁଯାୟୀ ଗତକାଲି ଜଣେ ବାବାଙ୍କ ଆକ୍ରମଣରେ ଆଉ ଜଣେ ବାବାଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ବାବା ଆହତ ହୋଇଥିଲେ। ମୃତ ବାବା ହେଲେ ପଶ୍ଚିମବଙ୍ଗର ଅର୍ଜୁନ ଦାସ। ବିଷ୍ଣୁ ଦାସ ନାମକ ଜଣେ ବାବା ନିଶାସକ୍ତ ଅବସ୍ଥାରେ କାଠ ଫାଳିଆରେ ବୀଭତ୍ସ ଭାବେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ବିଷ୍ଣୁ ବାବାଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଥିବାବେଳେ ଆଜି ଗିରଫ କରି କୋର୍ଟ ଚାଲାଣ କଲା ବାସେଳି ସାହି ଥାନା ପୋଲିସ।