ଆଜି ରାଜ୍ୟବ୍ୟାପୀ ବାର ଆସୋସିଏସନ୍‌ ନିର୍ବାଚନ, ୱାନ ବାର୍‌ ୱାନ ଭୋଟ ପଦ୍ଧତି କରିବେ ମତଦାନ

ଆଜି ରାଜ୍ୟବ୍ୟାପୀ ବାର ଆସୋସିଏସନ୍‌ କର୍ମକର୍ତ୍ତା ନିର୍ବାଚନ । ସକାଳ ୮ ଟାରୁ ଦିନ ୩ ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ଅପରାହ୍ନ ୪ଟାରେ ଭୋଟ ଗଣତି ପରେ ଫଳ ଘୋଷଣା କରାଯିବ। ଭୁବନ ଓ କେନ୍ଦ୍ରାପଡାକୁ ଛାଡ଼ି ଅନ୍ୟ ସମସ୍ତ ବାରରେ ନିର୍ବାଚନ ଆରମ୍ଭ ହୋଇଛି ।

ଭୁବନେଶ୍ୱର (କେନୁଜ): ଆଜି ରାଜ୍ୟବ୍ୟାପୀ ବାର ଆସୋସିଏସନ୍‌ କର୍ମକର୍ତ୍ତା ନିର୍ବାଚନ । ସକାଳ ୮ ଟାରୁ ଦିନ ୩ ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ଅପରାହ୍ନ ୪ଟାରେ ଭୋଟ ଗଣତି ପରେ ଫଳ ଘୋଷଣା କରାଯିବ ।  ୱାନ ବାର୍‌ ୱାନ ଭୋଟ ପଦ୍ଧତିରେ ୧୫୩ଟି ବାରରେ ନିର୍ବାଚନ ଅନୁଷ୍ଠିତ ହେଉଛି ।  ଭୁବନ ଓ କେନ୍ଦ୍ରାପଡାକୁ ଛାଡ଼ି ଅନ୍ୟ ସମସ୍ତ ବାରରେ ନିର୍ବାଚନ ଆରମ୍ଭ ହୋଇଛି । ରାଜ୍ୟରେ ୪୦ ହଜାରରୁ ଅଧିକ ଆଇନଜୀବୀ କରିବେ ମତଦାନ ।

ନିୟମ ମୁତାବକ ଜଣେ ଆଇନଜୀବୀ କେବଳ ଗୋଟିଏ ବାର ପାଇଁ ମତ ଅଧିକାର ସାବ୍ୟସ୍ତ କରି ପାରିବେ । ହାଇକୋର୍ଟ ବାର ଆସୋସିଏସନର ସଭାପତି , ଉପ ସଭାପତି, ସମ୍ପାଦକ , ଯୁଗ୍ମ ସମ୍ପାଦକ , ସହକାରୀ ସମ୍ପାଦକ ସହ କାର୍ଯ୍ୟକାରୀ ସଦସ୍ୟ ଭଳି ବିଭିନ୍ନ ପଦ ପଦବୀ ଲାଗି ନିର୍ବାଚନ ଅନୁଷ୍ଠିତ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.