ଦୋକାନ ଭିତରକୁ ପଶିଗଲା କାର, ପୋଲିସ କର୍ମଚାରୀ ଗୁରୁତର ଆହତ

ଦୋକାନ ଘର ଭିତରକୁ ପଶିଗଲା କାର, ପୋଲିସ କର୍ମଚାରୀ (ଗୃହରକ୍ଷୀ) ଗୁରୁତର । ବିଳମ୍ବିତ ରାତିରେ ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ବମ୍ବେଛକ ବଜାର ୪୯ ନଂ ଜାତୀୟ ରାଜପଥ କଡ଼ରେ ଏହି ଘଟଣା ଘଟିଛି ।

ବାଙ୍ଗିରିପୋଷି (କେନ୍ୟୁଜ): ଦୋକାନ ଘର ଭିତରକୁ ପଶିଗଲା କାର, ପୋଲିସ କର୍ମଚାରୀ (ଗୃହରକ୍ଷୀ) ଗୁରୁତର । ବିଳମ୍ବିତ ରାତିରେ ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ବମ୍ବେଛକ ବଜାର ୪୯ ନଂ ଜାତୀୟ ରାଜପଥ କଡ଼ରେ ଏହି ଘଟଣା ଘଟିଛି । ଦୋକାନ ଭିତରକୁ କାର ପଶିଯିବା ଫଳରେ ଦୋକାନ ସମ୍ମୁଖରେ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀକୁ ଗୁରୁତର ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ କାରଟି ବାରିପଦା ଦେଇ ଝାରଖଣ୍ଡ ଅଭିମୁଖେ ଯାଉଥିଲା। ଏହି ସମୟରେ ବମ୍ବେଛକ ବଜାର ଉପରେ ଥିବା ଅର୍ଦ୍ଧ ନିର୍ମିତ ଓଭର ବ୍ରିଜ ତଳେ ଭାରସାମ୍ୟ ହରାଇ ଏକ ଦୋକାନ ଘର ଭିତରକୁ ପଶି ଯାଇଥିଲା । ଫଳରେ ଡ୍ୟୁଟିରେ କରୁଥିବା ଗୃହରକ୍ଷୀ ଲିଟୁ ମହାନ୍ତଙ୍କୁ ସିଧାସଳଖ ଧକ୍କା ଦେଇଥିଲା । ଲିଟୁ ମହାନ୍ତ ଗୁରୁତର ଆହତ ହୋଇ ପ୍ରଥମେ ଶୀର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ପରେ ଜୀବନ ସଂକଟାପନ୍ନ ଥିବାରୁ ତାଙ୍କୁ PRM ମେଡିକାଲ କଲେଜକୁ ପଠାଇ ଦିଆଯାଥିଲା । ଅପରପକ୍ଷେ ଦୁର୍ଘଟଣା ଘଟାଇ କାର ଡ୍ରାଇଭର ଫେରାର ହୋଇଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.