ମାଇଲଖୁଣ୍ଟରେ ପିଟି ହୋଇ ବାଇକ ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ; ୨ ଗୁରୁତର

ରାସ୍ତାକଡ଼ ମାଇଲଖୁଣ୍ଟରେ ପିଟି ହୋଇ ବାଇକ ଦୁର୍ଘଟଣାଗ୍ରସ୍ତ । ଘଟଣାସ୍ଥଳରେ ଜଣେ ମୃତ, ୨ ଯୁବକ ଗୁରୁତର ଆହତ । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।

ଭଞ୍ଜନଗର (କେନ୍ୟୁଜ): ରାସ୍ତାକଡ଼ ମାଇଲଖୁଣ୍ଟରେ ପିଟି ହୋଇ ବାଇକ ଦୁର୍ଘଟଣାଗ୍ରସ୍ତ । ଘଟଣାସ୍ଥଳରେ ଜଣେ ମୃତ, ୨ ଯୁବକ ଗୁରୁତର ଆହତ । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତ ଯୁବକ ହେଲେ ନିକଟସ୍ଥ ଡୁଙ୍ଗାପଲ୍ଲୀ ଗ୍ରାମର କେଦାର ନାୟକ। ଅନ୍ୟ ଦୁଇ ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

୩ଜଣ ଯୁବକ ଏକ ବାଇକରେ ଜଗନ୍ନାଥପ୍ରସାଦ ଅଭିମୁଖେ ଯାଉଥିବା ବେଳେ ରାସ୍ତା କଡ଼ ଏକ ମାଇଲଖୁଣ୍ଟରେ ବାଇକ ପିଟି ହୋଇ ଦୁର୍ଘଟଣା ଘଟିଥିଲା । ଅଗ୍ନିଶମ ବାହିନୀ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଜଗନ୍ନାଥପ୍ରସାଦ ମେଡିକାଲରେ ଭର୍ତ୍ତି କରିଥିଲେ । ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.