ବିଜେପି ପ୍ରାର୍ଥୀ ତାଲିକାକୁ ଅପେକ୍ଷା, ଦୁଇ ଦିନ ଭିତରେ ଆସିବ ବାକି ଥିବା ୩ ସାଂସଦଙ୍କ ନାଁ

ଦିନେ ଦୁଇ ଦିନରେ ଆସିବା ବିଜେପିର ବିଧାୟକ ପ୍ରାର୍ଥୀ ତାଲିକା । ନାଁ ଚୂଡ଼ାନ୍ତ ହୋଇଛି । ତାଲିକାରେ ମୋହର ମାରିଛି କେନ୍ଦ୍ରୀୟ ନିର୍ବାଚନ କମିଟି । ଏବେ ଘୋଷଣାକୁ ଅପେକ୍ଷା ରହିଛି ।

ଭୁବନେଶ୍ୱର (କେନ୍ୟୁଜ): ଦିନେ ଦୁଇ ଦିନରେ ଆସିବା ବିଜେପିର ବିଧାୟକ ପ୍ରାର୍ଥୀ ତାଲିକା । ନାଁ ଚୂଡ଼ାନ୍ତ ହୋଇଛି । ତାଲିକାରେ ମୋହର ମାରିଛି କେନ୍ଦ୍ରୀୟ ନିର୍ବାଚନ କମିଟି । ଏବେ ଘୋଷଣାକୁ ଅପେକ୍ଷା ରହିଛି । ବର୍ତ୍ତମାନ ଥିବା ୨୨ ବିଧାୟକଙ୍କ ଭିତରୁ କେତେ ରିପିଟ ହେବେ ? କାହାର କଟିବ ଟିକେଟ ? ନୂଆ ମୁହଁ ଭାବରେ କାହାକୁ ମିଳିବ ସୁଯୋଗ ? ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ବିଜେପି ୧୮ ଲୋକସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରି ସାରିଛି । ୧୮ ଜଣଙ୍କ ଭିତରେ ଅଛନ୍ତି ୪ ନୂଆ ମୁହଁ । କଳାହାଣ୍ଡି, ବରଗଡ଼, ମୟୂରଭଞ୍ଜ, ସମ୍ବଲପୁର ସାଂସଦଙ୍କୁ ଦଳ ପ୍ରାର୍ଥୀ କରିନି ।

ଏଥର ବିଧାନସଭାରେ କେତେ ଜଣଙ୍କୁ ପୁଣି ଟିକେଟ ମିଳିବ ତାଉପରେ ନଜର ରହିଛି । ସାଂସଦ ସୁରେଶ ପୂଜାରୀ ଓ ବସନ୍ତ ପଣ୍ଡା ବିଧାନସଭା ନିର୍ବାଚନ ଲଢ଼ିବା ସମ୍ଭାବନା ଅଧିକ ରହିଛି । ସୂର୍ଯ୍ୟବଂଶୀ ସୂରଜ ଧାମନଗରରୁ ଲଢ଼ିବା ଏକପ୍ରକାର ନିଶ୍ଚିତ । ବ୍ରହ୍ମଗିରିରୁ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ସ୍ଥାନରେ ଝିଆରି ଉପାସନା ମହାପାତ୍ର ମୈଦାନକୁ ଓହ୍ଲାଇବା ସମ୍ଭାବନା ଅଧିକ । ସେହିପରି ଦୁଇ ଦିନ ତଳେ ବିଜେପିରେ ମିଶିଥିବା ପଦ୍ମଶ୍ରୀ ଦମୟନ୍ତୀ ବେସ୍ରାଙ୍କୁ ବାରିପଦାରୁ ପ୍ରାର୍ଥୀ କରିପାରେ ବିଜେପି । ବେଗୁଆନିଆର ପ୍ରଶାନ୍ତ ଜଗବ୍ଦେବ ଓ ଜୟଦେବରୁ ଅରବିନ୍ଦ ଢାଲି ରଣାଙ୍ଗନାକୁ ଓହ୍ଲାଇବା ସମ୍ଭାବନା ବି ଅଧିକ ରହିଛି । ଚର୍ଚ୍ଚା ହେଉଛି, ପ୍ରଥମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକାରେ ପାଖାପାଖି ୭୫ ଜଣଙ୍କର ନାଁ ଘୋଷଣା ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.