ରାଜନୀତି ସରଗରମ: ଟାଇଁ ଟାଇଁ ଖରାର ତାତିରେ ବସି ଲୋକେ କରୁଛନ୍ତି ନିର୍ବାଚନୀ ଚର୍ଚ୍ଚା

ସରିଛି ବସନ୍ତ ଆସିଛି ଗ୍ରୀଷ୍ମ । ଟାଇଁ ଟାଇଁ ଖରାର ତାତିରେ ଧରାପୃଷ୍ଠ ତତଲା କଡାଇରେ ଭାଜି ହେଲାପରି ଭାଜି ହେଉଥିବା ବେଳେ ଲସି ଦୋକାନରେ ବସି ଲୋକେ କରୁଛନ୍ତି ନିର୍ବାଚନୀ ଚର୍ଚ୍ଚା । ବାଟରେ ଘାଟରେ ହେଉ ଅବା ଲସି ଦୋକାନରେ ସବୁଠି ଚାଲିଛି ନିର୍ବାଚନି ଚର୍ଚ୍ଚା । କାହିଁକିନା ପାଖେଇ ଆସିଲାଣି ନିର୍ବାଚନ ।

ସୁବର୍ଣ୍ଣପୁର(କେନ୍ୟୁଜ): ସରିଛି ବସନ୍ତ ଆସିଛି ଗ୍ରୀଷ୍ମ । ଟାଇଁ ଟାଇଁ ଖରାର ତାତିରେ ଧରାପୃଷ୍ଠ ତତଲା କଡାଇରେ ଭାଜି ହେଲାପରି ଭାଜି ହେଉଥିବା ବେଳେ ଲସି ଦୋକାନରେ ବସି ଲୋକେ କରୁଛନ୍ତି ନିର୍ବାଚନୀ ଚର୍ଚ୍ଚା । ବାଟରେ ଘାଟରେ ହେଉ ଅବା ଲସି ଦୋକାନରେ ସବୁଠି ଚାଲିଛି ନିର୍ବାଚନି ଚର୍ଚ୍ଚା । କାହିଁକିନା ପାଖେଇ ଆସିଲାଣି ନିର୍ବାଚନ । ଆଉ ଦିନ କେଇଟା ଗଲେ ୨୦୨୪ ନିର୍ବାଚନ। ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୀତି ମଧ୍ୟ ସେତିକି ସରଗରମ ହେଉଛି ।

ତେବେ ବର୍ତ୍ତମାନ ସମୟରେ ନିର୍ବାଚନ ପାଇଁ ତାରିଖ ଘୋଷଣା ବି ହୋଇସାରିଛି ଆଉ ପ୍ରାର୍ଥୀ ବି ଫୁଲ୍ ରେଡି । ଓଡ଼ିଶାରେ ମେ ୧୩, ୨୦, ୨୫ ଓ ଜୁନ ୧ ରେ ନିର୍ବାଚନ ଅନୁଷ୍ଠିତ ହେବ । ଓଡ଼ିଶାରେ ପ୍ରଥମ ଫେଜ ମେ ୧୩ ରେ କଳାହାଣ୍ଡି, ବ୍ରହ୍ମପୁର, ନବରଙ୍ଗପୁର, କୋରାପୁଟ ଲୋକସଭା ଓ ତତ୍‌ ସଂଲଗ୍ନ ୨୮ ଟି ବିଧାନସଭା କ୍ଷେତ୍ରରେ , ମେ ୨୦ରେ ବରଗଡ, ବଲାଙ୍ଗୀର,ଆସିକା, ସୁନ୍ଦରଗଡ଼,କନ୍ଧମାଳ ଲୋକସଭା ଓ ତତ୍‌ ସଂଲଗ୍ନ ୩୫ ଟି ବିଧାନସଭା ।

ସେହିପରି ମେ ୨୫ରେ ସମ୍ବଲପୁର,କଟକ,ପୁରୀ,କେନ୍ଦୁଝର,ଢ଼େଙ୍କାନାଳ,ଭୁବନେଶ୍ୱର ଲୋକସଭା ଓ ତତ୍‌ ସଂଲଗ୍ନ ୪୨ ଟି ବିଧାନସଭା ଓ ଜୁନ ୧ରେ ମୟୁରଭଞ୍ଜ,କେନ୍ଦ୍ରାପଡା, ଯାଜପୁର,ବାଲେଶ୍ୱର,ଭଦ୍ରକ,ଜଗତସିଂହପୁର ଲୋକସଭା ଓ ତତ୍‌ ସଂଲଗ୍ନ ୪୨ଟି ବିଧାନସଭା କ୍ଷେତ୍ରରେ ନିର୍ବାଚନ ଅନୁଷ୍ଠିତ ହେବ ।

ଏପଟେ ସାରା ଦେଶରେ ଜୁନ ୪ ତାରିଖ ମଙ୍ଗଳବାର ଦିନ ଭୋଟ ଗଣତି ହେବ ବୋଲି ନିର୍ବାଚନ କମିଶନରଙ୍କ ପକ୍ଷରୁ ଜଣାପଡିଛି। ତେବେ ବଡ଼ ବିଜୟ ପାଇଁ ସବୁ ଦଳ ମାନେ ନିଜର ବଡ଼ ବଡ଼ ପ୍ଲାନ ବି କରିବାରେ ଲାଗିପଡିଲେଣି । କିଏ କାହାଠାରୁ ପଛରେ ନାହାନ୍ତି। ନିଜ ନିଜର ପ୍ରଶଂସକଙ୍କୁ ନେଇ ସବୁ ପ୍ରାର୍ଥୀ ଏବେ ନିଜର ନିବର୍ବାଚନ ମଣ୍ଡଳୀରେ ବୁଲିବା ଆରମ୍ଭ କଲେଣି । ଆଉ ଅପରପଟେ ଜନତା ବି କାହାକୁ ଏଥର ଭୋଟ ଦେବେ ସେହି ଆଲୋଚନା ଆରମ୍ଭ କରିସାରିଲେଣି । ଏହି ପରିପେକ୍ଷୀରେ ସୋନପୁର ନିର୍ବାଚନ ମଣ୍ଡଳିରେ ଲୋକେ ବିଭଳି ପ୍ରାର୍ଥିଙ୍କୁ ଭୋଟ ଦେବେ ସେନେଇ ଆଲୋଚନା କଲେଣି ଲୋକେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.