ମହାନଦୀରେ ରତ୍ନ ପଥର ସନ୍ଧାନ ବେଳେ ଅଘଟଣ, ଚାପି ହୋଇ ଯୁବକଙ୍କ ମୃତ୍ୟୁ

ମହାନଦୀରେ ରତ୍ନ ପଥର ସନ୍ଧାନ ବେଳେ ଅଘଟଣ । ପଥର ତଳେ ଚାପି ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଗତକାଲି ଗାଁ ଲୋକଙ୍କ ସହ ମିଶି ରତ୍ନ ପଥର ଖୋଜିବା ବେଳେ ପଥର ତଳେ ପଡ଼ି ଯାଇଥିଲେ ଯୁବକ । ବୌଦ୍ଧ କୁଲାରିକୁଦରେ ଅଘଟଣ ଘଟିଛି । ମୃତ ଯବକଙ୍କ ନାଁ ସୁଶାନ୍ତ ଝାକର ।

ବୌଦ୍ଧ (କେନ୍ୟୁଜ): ମହାନଦୀରେ ରତ୍ନ ପଥର ସନ୍ଧାନ ବେଳେ ଅଘଟଣ । ପଥର ତଳେ ଚାପି ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଗତକାଲି ଗାଁ ଲୋକଙ୍କ ସହ ମିଶି ରତ୍ନ ପଥର ଖୋଜିବା ବେଳେ ପଥର ତଳେ ପଡ଼ି ଯାଇଥିଲେ ଯୁବକ । ବୌଦ୍ଧ କୁଲାରିକୁଦରେ ଅଘଟଣ ଘଟିଛି । ମୃତ ଯବକଙ୍କ ନାଁ ସୁଶାନ୍ତ ଝାକର । ତାଙ୍କ ଘର ବରଡା କଟା ଗାଁରେ ।

ରାତିରେ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବିଭାଗକୁ ଡକାଯାଇଥିଲା । ହେଲେ ରାତି ହୋଇଯାଇଥିବାରୁ ଉଦ୍ଧାର କାମ ବନ୍ଦ ରଖାଯାଇଥିଲା । ଆଜି ସକାଳେ ପୁଣି ସ୍ଥାନୀୟ ଲୋକଙ୍କ ସହାୟତାରେ ଆରମ୍ଭ ହୋଇଛି ଉଦ୍ଧାର କାମ । ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ପୋଲିସ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.