କଟକ: ଏଣିକି ବର୍ଷା ହେଲେ ବାରବାଟୀରେ ଆଉ ମ୍ୟାଚ ବାତିଲ ହେବାର ସମ୍ଭାବନା ନାହିଁ, ପ୍ରସ୍ତୁତ ହେଉଛି ଭିନ୍ନ ଧରଣର ପିଚ୍

କଟକ(କେନ୍ୟୁଜ୍):  ବଦଳିବ ବାରବାଟୀ ଅନ୍ତର୍ଜାତୀୟ କ୍ରିକେଟ ପିଚ୍‌ର ରୂପରେଖ । ଏଣିକି ବର୍ଷା ହେଲେ ଆଉ ମ୍ୟାଚ ବାତିଲ ହେବାର ସମ୍ଭାବନା ନାହିଁ । ଓସିଏ ପକ୍ଷରୁ ବାରବାଟୀରେ ପ୍ରସ୍ତୁତ ହେଉଛି ଭିନ୍ନ ଧରଣର ପିଚ୍‌ । ଓଡ଼ିଶା କ୍ରିକେଟ ଆସୋସିଏସନ ବିସିସିଆଇର ଅନୁମୋଦନ ପରେ ପ୍ରସ୍ତୁତ କରୁଛି ଏକ ନୂତନ ଧରଣର ପିଚ୍‌ । ନୂତନ ଧରଣର ପିଚ୍‌ରେ ବିଭିନ୍ନ ସରଞ୍ଜାମ ସହ ପ୍ରଥମ ଥର ବାଲି ବ୍ୟବହାର କରାଯାଉଛି । ବର୍ଷା ହେଲେ ଏହି ପିଚ୍‌ ଉପରେ ବେଶୀ ସମୟ ପାଣି ରହିବନି ।

ବର୍ଷା ଛାଡିବାର କିଛି ସମୟ ପରେ ପୁଣି ଥରେ ଖେଳ ଆରମ୍ଭ ହେବ । ବିସିସିଆଇ ଓ ଆଇସିସିର ଗାଇଡ଼ ଲାଇନ ଅନୁସାରେ ପ୍ରସ୍ତୁତ କରାଯାଉଥିବା ଏହି ପିଚ୍‌ରେ ବର୍ଷା ପାଣି ପଡିବା କ୍ଷଣି ତାହା ସିଧାସଳଖ ଭୂପୃଷ୍ଠକୁ ଚାଲିଯିବ । ଫଳରେ କିଛି ସମୟ ମଧ୍ୟରେ ପିଚ୍‌ ଶୁଖିଲା ହୋଇଯିବ ବୋଲି କହିଛନ୍ତି ପିଚ କ୍ୟୁରେଟର ପଙ୍କଜ ପଟ୍ଟନାୟକ । ଅତ୍ୟାଧୁନିକ ଶୈଳୀରେ ପ୍ରସ୍ତୁତ କରାଯାଉଥିବା ଏହି ପିଚ୍‌ ପୂର୍ବ ଅପେକ୍ଷା ନରମ ରହିବ। କେବଳ ବାରବାଟୀ ନୁହେଁ ରାଜ୍ୟର ପ୍ରତିଟି ଜିଲ୍ଲାରେ ଦୁଇଟି ଲେଖାଏଁ ଟର୍ଫ ଉଇକେଟ ଓ ଗ୍ରାଉଣ୍ଡ ପ୍ରସ୍ତୁତ କରିବାକୁ ଯୋଜନା କରିଛି ଓସିଏ। ଓସିଏର ଏଭଳି ପଦକ୍ଷେପକୁ ଖୁବ ପସନ୍ଦ କରିଛନ୍ତି କ୍ରିକେଟ ସମୀକ୍ଷକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.