Below header

ଭୁବନେଶ୍ବର ହତ୍ୟାକାଣ୍ଡ  ଘଟଣା: ସିପି କହିଲେ ସାଗର ଓ ସୁଧୀରକୁ ପ୍ରଥମେ ଆକ୍ରମଣ କରିଥିଲା ଟୁକୁନା

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ବର ହତ୍ୟାକାଣ୍ଡ  ଘଟଣାରେ ପ୍ରତିକ୍ରିୟା ରଖିଲେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ।  ସେ କହିଛନ୍ତି ଆଜି ସକାଳେ ସାଗର ଓ ସୁଧୀରକୁ ପ୍ରଥମେ ଆକ୍ରମଣ କରିଥିଲା ଟୁକୁନା। ଏହାପରେ ଦୁଇ ଭାଇ ଟୁକୁନାକୁ କାବୁ କରି ଗାଡ଼ିରେ ବସାଇ ଥାନକୁ ନେଉଥିଲେ। ଏ ସମୟରେ ଟୁକୁନା ଛୁରୀରେ ସାଗରକୁ ଆକ୍ରମଣ କଲା। ପ୍ରତିଆକ୍ରମଣ କରି ସୁଧୀର ଓ ସାଗର ଟୁକୁନାକୁ ତାରି ଛୁରୀ ତାକୁ ହତ୍ୟା କରିଥିଲେ।

ଟୁକୁନା ନାଁରେ ପୂର୍ବରୁ ମାମଲା ଅଛି। ସେ ଏବେ ବେଲ୍‌ରେ ଥିଲା। ବର୍ତ୍ତମାନ ଆଜି ହତ୍ୟାକାଣ୍ଡରେ ତିନିଟି କେଶ ହୋଇଛି। ଗୋଟିଏ ସାଗର ଓ ସୁଧୀରକୁ ଟୁକୁନାର ଆକ୍ରମଣ, ଦ୍ୱିତୀୟଟି ସୁଧିର ଓ ସାଗରଙ୍କ ଦ୍ୱାରା ଟୁକୁନାକୁ ହତ୍ୟା ଏବଂ ଉତ୍ତ୍ୟକ୍ତ ଲୋକେ ପ୍ଲାଷ୍ଟିକ ପାଇପରେ ସୁଧିର ଓ ସାଗରକୁ ଆକ୍ରମଣ ଏବଂ ପୋଲିସ ଗାଡ଼ି ଭଙ୍ଗାରୁଜା ନେଇ ମାମଲା ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.