ଜମୁଛି ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା , ଆଜି ପଞ୍ଚମ ଦିନରେ କାଳିନ୍ଦ୍ରି ହ୍ରଦରେ କାଳୀୟ ନାଗ ଦଳନ ସହ ବିଶ୍ୱ ରୂପ ଦର୍ଶନ

ବରଗଡ଼(କେନ୍ୟୁଜ୍) : ଜମୁଛି ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ପରିବେଷଣ ହେଉଛି କୃଷ୍ଣ ଲୀଳା । ଆଜି ଧନୁଯାତ୍ରାର ପଞ୍ଚମ ଦିନ । ଗୋପପୁରରେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା, କାଳିନ୍ଦ୍ରି ହ୍ରଦରେ କାଳୀୟ ନାଗ ଦଳନ, ବିଶ୍ୱ ରୂପ ଦର୍ଶନ ଅନୁଷ୍ଠିତ ହେବ । ସେହିପରି ମଥୁରା ନଗରୀରେ କଂସଙ୍କ ନଗର ଭ୍ରମଣ, କୃଷ୍ଣ-ବଳରାମଙ୍କୁ ବଧ ପାଇଁ ଷଡଯନ୍ତ୍ର ଏବଂ ପରିଷଦ ବର୍ଗଙ୍କ ସହ ବୈଠକ କାର‌୍ୟ୍ୟକ୍ରମ ରହିଛି ।

1bଗତକାଲି ଚତୁର୍ଥ ଦିନରେ କଂସଙ୍କ ଦ୍ୱାରା ପ୍ରେରିତ ସମସ୍ତ ରାକ୍ଷସ, ରାକ୍ଷସୀ କୃଷ୍ଣ ବଳାରାମଙ୍କ ହାତରେ ବଧ ହୋଇଛନ୍ତି । ଆଉ ଗୋପପୁରରେ ରହିଛି ଉତ୍ସବର ମାହୋଲ । କୃଷ୍ଣମୟ ହୋଇଉଠୁଛି ଗୋପପୁର । ଅନ୍ୟପଟେ ମଥୁରା ନଗରୀରେ ମହାରାଜ କଂସ ହାତୀ ପିଠିରେ ବସି ଦିଗ୍‌ବିଜୟରେ ବହାରିଥିଲେ । ଭ୍ରମଣ ସମୟରେ ପ୍ରଜାଙ୍କ ସୁଖଦୁଃଖ ବୁଝିଥିଲେ କଂସ ମହାରାଜ ।

Leave A Reply

Your email address will not be published.