ଜେଏନୟୁରେ ଦେଶବିରୋଧୀ ସ୍ଲୋଗାନ ମାମଲା , ପଟିଆଲା ହାଉସ କୋର୍ଟରେ ଚାର୍ଜସିଟ ଦାଖଲ କରିଛି ଦିଲ୍ଲୀ ପୋଲିସ

କେନ୍ୟୁଜ୍ : ଜେଏନୟୁରେ ଦେଶବିରୋଧୀ ସ୍ଲୋଗାନ ମାମଲାରେ ପଟିଆଲା ହାଉସ କୋର୍ଟରେ ଚାର୍ଜସିଟ ଦାଖଲ କରିଛି ଦିଲ୍ଲୀ ପୋଲିସ । ଚାର୍ଜସିଟ୍‌ରେ ଛାତ୍ର ନେତା କହ୍ନେୟା କୁମାର, ଉମର ଖାଲିଦ ଓ ଅନିର୍ବାନ ଭଟ୍ଟଚାର‌୍ୟ୍ୟଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି । ସେହିପରି ଅନ୍ୟ ୭ଜଣଙ୍କ ନାଁରେ ୨୦ ହଜାର ପୃଷ୍ଠାର ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଛି। ଘଟଣାରେ ସାମିଲ ଥିବା ଅନ୍ୟ ୩୬ ଜଣଙ୍କ ନାଁରେ କୈଣସି ପ୍ରମାଣ ମିଳିନଥିବା ଚାର୍ଜସିଟରେ କୁହାଯାଇଛି ।

courtଏମାନଙ୍କ ମଧ୍ୟରେ ବରିଷ୍ଠ ସିପିଆଇ ନେତା ଡି.ରାଜାଙ୍କ ଝିଅ ଓ ଓଡ଼ିଶାର ରାମ ନାଗଙ୍କ ବିରୋଧରେ କୌଣସି ପ୍ରମାଣ ମିଳି ନାହିଁ । ୨୦୧୬ ମସିହାରେ ଜେଏନୟ କ୍ୟାମ୍ପସରେ ଆୟୋଜିତ କାର‌୍ୟ୍ୟକ୍ରମରେ ଦେଶ ବିରୋଧୀ ନାରା ଦେଇଥିବାର ଅଭିଯୋଗ ହୋଇଥିଲା । ଏମାନେ ପାକିସ୍ତାନ ଜିନ୍ଦାବାଦ ବୋଲି କହିଥିଲେ । ଏପଟେ ଘଟଣାର ୩ ବର୍ଷ ପରେ ଚାର୍ଜସିଟ ଦାଖଲ ନେଇ ପ୍ରଶ୍ନ ଉଠାଇଛନ୍ତି କହ୍ନେୟା କୁମାର । ରାଜନୈତିକ ଦୃଷ୍ଟିକୋଣରୁ ତାଙ୍କୁ ଫସା ଯାଇଥିବା ସେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.