ବରଗଡ: ବିଷଧର ନାଗ ସହ ଷ୍ଟଣ୍ଟ ଭିଡିଓ କରିବା ପଡିଲା ମହଙ୍ଗା, ମୁଖ୍ୟ ନାୟକକୁ ଅଟକ ରଖିଲା ବନବିଭାଗ

ବିଷଧର ନାଗ ସହ ଷ୍ଟଣ୍ଟ ଭିଡିଓ ସୁଟିଂ ଘଟଣାରେ ମୁଖ୍ୟ ନାୟକ ରୋହିତ ମେହେର ଅଟକ । ବନ୍ୟପ୍ରାଣୀ ଆଇନ୍‌ ଉଲ୍ଲଂଘନ ଅଭିଯୋଗରେ ରୋହିତଙ୍କୁ ଅଟକ ରଖି ପଚରାଉଚରା କରୁଛି ବରଗଡ଼ ବନ ବିଭାଗ । ଭିଡିଓରେ ସାପ ସହ ଷ୍ଟଣ୍ଟ କରୁଥିବା ଝିଅମାନେ ମଧ୍ୟ ତଦନ୍ତ ପରିସରଭୁକ୍ତ ହେବେ ବୋଲି ସେ କହିଛନ୍ତି । କିଛି ଦିନ ତଳେ ଭିଗୋ ଭିଡିଓରେ ସାପ ଫଣାକୁ ଚୁମ୍ବନ ଦେବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାପରେ ତନାଘନା ଆରମ୍ଭ କରିଥିଲା ବନ ବିଭାଗ । ଗୋଟିଏ କିମ୍ବା ଦୁଇଟି ନୁହେଁ ,ବରଂ ଏକାଧିକ ବିଷଧର ସାପ ସହ ଯୁବକ ଯୁବତୀ ଖେଳୁଥିବାର ଦୃଶ୍ୟ ରହିଛି । ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି ତାକୁ ନେଇ ତନାଘନା କରୁଛି ବରଗଡ଼ ବନ ବିଭାଗ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.