ଛେଳି ଚରାଇବାକୁ ଯାଇ ଭାଲୁ ଆକ୍ରମଣର ଶିକାର, ଜଣେ ଗୁରୁତର

ଘଟଗାଁ (କେନ୍ୟୁଜ୍) : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ମୁଦିନୁଚା ଗ୍ରାମ ନିକଟସ୍ଥ ଅଟେଇ ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର । ଖବର ଅନୁଯାୟୀ ମୁଦିନୁଚା ଗ୍ରାମର ଶ୍ୟାମସୁନ୍ଦର ମାଝୀଙ୍କ ପୁଅ ମାୟାଧର ମାଝୀ ଛେଳି ଚରାଇବା ପାଇଁ ଗ୍ରାମ ନିକଟସ୍ଥ ଅଟେଇ ଜଙ୍ଗଲକୁ ଯାଇଥିଲେ । ସେଠାରେ ଛେଳି ଚଳାଉଥିବା ବେଳେ ଏକ ବଣୁଆ ଭାଲୁ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଥିଲେ । ନିକଟରେ ଥିବା ଲୋକମାନେ ମାୟାଧରଙ୍କୁ ଗୁରୁତର ଅବସ୍ଥାରେ ଦେଖି ସଙ୍ଗେ ସଙ୍ଗେ ହରିଚନ୍ଦନପୁର ବନପାଳ ବୁଦ୍ଧଦେବ ସାହୁଙ୍କୁ ଖବର ଦେଇଥିଲେ ।

ଖବର ପାଇ ବନପାଳ ଓ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମାୟାଧରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା କରିବା ପରେ ସ୍ବାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ଥିବାରୁ ଅଧିକ ଚିକିତ୍ସା ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.