ପୁଣି ଅନୁଭବଙ୍କ ବିରୋଧରେ ହାଇକୋର୍ଟ ଗଲେ ବର୍ଷା ପ୍ରିୟଦର୍ଶିନୀ
କଟକ (କେନ୍ୟୁଜ୍) : ଅଦାଲତ ଅବମାନନା ମାମଲା ଦାୟର କଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ସାଂସଦ ତଥା ଓଲିଉଡ୍ ଷ୍ଟାର୍ ଅନୁଭବ ମହାନ୍ତିଙ୍କ ବିରୁଦ୍ଧରେ ଏହି ମାମଲା ରୁଜୁ କରିଛନ୍ତି ବର୍ଷା। ଅନୁଭବ ଅଦାଲତ ଅବମାନନା କରିଥିବା ତାଙ୍କ ମାମଲାରେ ସେ ଦର୍ଶାଇଛନ୍ତି।
ବିବାହ ବିଚ୍ଛେଦ ନେଇ ଅନୁଭବଙ୍କ ଆବେଦନ ପରଠାରୁ ଦୁହିଁଙ୍କ ଭିତରେ ହାଇଡ୍ରାମା ଚାଲିଛି । ଫ୍ୟାମିଲି କୋର୍ଟରେ କୌଣସି ଫଇସଲା ହୋଇ ପାରିଲା ନାହିଁ କିମ୍ବା ଛାଡ଼ପତ୍ର ପାଇଁ ଅନୁମତି ମିଳି ନାହିଁ । ଏସବୁ ଭିତରେ ସୋସିଆଲ ମିଡିଆରେ ଦୁହିଙ୍କ ଭିତରେ ଯୁଦ୍ଧ ଚାଲିଥିଲା । ଯାହାକୁ ପରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବନ୍ଦ କରାଯାଇଛି । କିଛି ଦିନ ତଳେ ଅନୁଭବ ଅଭିଯୋଗ କରିଥିଲେ ଯେ ବର୍ଷାଙ୍କ ପାଖରେ କଳା ଟଙ୍କା ରହିଛି । ଇଡି ଏହାର ଯାଞ୍ଚ କରୁ । ଏହା ପରେ ଆଜି ବର୍ଷା ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି ।