ନବରଙ୍ଗପୁର ମହାବିଦ୍ୟାଳୟରେ ଅଭାବନୀୟ ସ୍ଥିତି, ମୋବାଇଲ ଟର୍ଚ୍ଚରେ ଚାଲିଛି ଖାତା ଦେଖା

ନବରଙ୍ଗପୁର(କେନ୍ୟୁଜ୍): ମୋବାଇଲ ଟର୍ଚ୍ଚରେ ଚାଲିଛି ଖାତା ଦେଖା। ନବରଙ୍ଗପୁର ମହାବିଦ୍ୟାଳୟରେ ଏଭଳି ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି । ଯୁକ୍ତ ୨ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଥମ ଦିନରେ ଓଡିଆ ଓ ଅର୍ଥନୀତି ଖାତା ଦେଖାଚାଲିଛି। ଖାତା ଦେଖା ପାଇଁ ୩୨ଣ ଅଧ୍ୟାପକ ନିଯୁକ୍ତ ହୋଇଥିବା ବେଳେ ୧୫ଜଣ ଅଧ୍ୟାପକ ଅନ୍ଧାରରେ ମୋବାଇଲ ଟର୍ଚ୍ଚରେ ମୂଲ୍ୟାୟନ କରୁଥିବା ଦେଖାଯାଇଛି ।
ମୂଲ୍ୟାଙ୍କନ କୋଠରୀରେ ବିଜୁଳି କଟିଗଲେ ବିକଳ୍ପ ବ୍ୟବସ୍ଥା ନଥିବାରୁ ଏଭଳି ସ୍ଥିତି ଉପୁଜିଛି। ଏପରିକି କିଛି ଅଧ୍ୟାପକ ବାହାରେ ଟେବୁଲ ପକାଇ ମୂଲ୍ୟାଙ୍କନ କରୁଛନ୍ତି। ତେବେ କଲେଜ ପ୍ରିନ୍ସିପାଲ କହିଛନ୍ତି ଯୁକ୍ତ ତିନି ସହ ଯୁକ୍ତ ୨ର ଖାତା ଦେଖା ଚାଲିଥିବାରୁ ଏଭଳି ଅବ୍ୟବସ୍ଥା ଦେଖାଯାଇଛି ।