Below header

ବର୍ଷାଙ୍କ ସାଂସଦ ଜୀବନସାଥୀ କାର୍ଡ ରବ୍ଦ, ଏନେଇ ଲୋକସଭା ସେକ୍ରେଟାରୀ ଜେନେରାଲଙ୍କୁ ଅନୁରୋଧ କରିଥିଲେ ଅନୁଭବ

ଭୁବନେଶ୍ବର(କେନ୍ଯୁଜ୍): ବର୍ଷା ପ୍ରିୟଦର୍ଶିନୀଙ୍କୁ ସାଂସଦ ଜୀବନସାଥୀ ଭାବେ ମିଳିଥିବା ପରିଚୟପତ୍ର ସଂଖ୍ୟା ୩୦୦ ଫେରାଇବାକୁ ଲୋକସଭା ସଚିବାଳୟ ତରଫରୁ ଚିଠି ଲେଖାଯାଇଛି । କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ଜୀବନସାଥୀ ଭାବେ ବର୍ଷାଙ୍କୁ ଲୋକସଭା ପରିଚୟ ପତ୍ର ଜାରି କରାଯାଇଥିଲା । ଏବେ ପରିଚୟପତ୍ରକୁ ରବ୍ଦ କରାଯାଇଛି । ତେଣୁ ତୁରନ୍ତ ଲୋକସଭା ସଚିବାଳୟ ସିପିଆଇସିରେ ଏହାକୁ ଜମା କରିବାକୁ ଚିଠିରେ କୁହାଯାଇଛି । କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ତରଫରୁ ଲୋକସଭା ସେକ୍ରେଟାରୀ ଜେନେରାଲଙ୍କୁ ବର୍ଷାଙ୍କ ଜୀବନସାଥୀ ପରିଚୟ ପତ୍ର ରବ୍ଦ କରିବାକୁ ଅନୁରୋଧ ପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଅନୁଭବ ନିଜ ଅନୁରୋଧ ପତ୍ରରେ ଦର୍ଶାଇଥିଲେ ଯେ ସାଂସଦ ପତ୍ନୀ ଭାବେ ବର୍ଷା ସମସ୍ତ ସୁବିଧା ସୁଯୋଗ ଉପଭୋଗ କରୁଛନ୍ତି । ସାଂସଦ ଜୀବନସାଥୀ ପରିଚୟପତ୍ରରେ ସାଂସଦ ପରିସରରେ ଏବଂ ବିଦେଶରେ ଫାଇଦା ଉଠାଉଛନ୍ତି । ଏହାର ଅପବ୍ୟବହାର ରୋକିବାକୁ ଯଥାଶୀଘ୍ର ପଦକ୍ଷେପ ନେବାକୁ ଅନୁଭବ ଅନୁରୋଧ କରିଥିଲେ । ମିଥ୍ୟା ଏବଂ ଭ୍ରମାତ୍ମକ ତଥ୍ୟ ଦେଇ ସାଧାରଣ/କୁଟନୈତିଜ୍ଞ ପାସପୋର୍ଟ ଓ ପ୍ୟାନ୍‌ କାର୍ଡ ହାସଲ କରିଥିବା ଅନୁଭବ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.