ବମ୍ପର ଅଫର : ୧୩ ହଜାର ଟଙ୍କା ଶସ୍ତାରେ ମିଳିବ ୱାନପ୍ଲସର ୫ଜି ସ୍ମାର୍ଟ ଫୋନ

ୱାନପ୍ଲସ-୯ ୫ଜି ସ୍ମାର୍ଟ ଫୋନ କିଣିବାକୁ ଚାହୁଁଥିଲେ ଏବେ ହିଁ କିଣନ୍ତୁ। କାରଣ OnePlus 9 5G ରେ ବହୁତ ବହୁତ ବଡ଼ ଅଫର ମିଳୁଛି । ଆପଣ ଏହି ପ୍ରିମିୟମ୍ ସ୍ମାର୍ଟଫୋନ୍ ଆମାଜନ ଇଣ୍ଡିଆରେ ୧୩,୦୦୦ ଟଙ୍କା ରିହାତିରେ କିଣି ପାରିବେ । ୧୩ ହଜାର ଟଙ୍କା କମ୍‌ ମୂଲ୍ୟ ଭିତରେ ୫ ହଜାର ଟଙ୍କା ଡିସକାଉଣ୍ଟ ରହିଛି। ଏଥି ସହିତ, ବାକି ୮,୦୦୦ ଟଙ୍କା ତୁରନ୍ତ ରିହାତି ପାଇଁ ଆପଣଙ୍କୁ ଆଇସିଆଇସିଆଇ ବ୍ୟାଙ୍କ କିମ୍ବା କୋଟାକ୍ ବ୍ୟାଙ୍କ କାର୍ଡ ମାଧ୍ୟମରେ ପ୍ୟାମେଣ୍ଟ ପଡିବ । ଯଦି ଆପଣ ଫୋନ ବଦଳ କରୁଛନ୍ତି ତାହାଲେ ୧୯ ହଜାର ୯୫୦ ଟଙ୍କାର ଆହୁରି ରିହାତି ମିଳିବ।

ଫୋନରେ, କମ୍ପାନୀ 1080X2400 ପିକ୍ସେଲ ରେଜୋଲୁସନ ସହିତ 6.55-ଇଞ୍ଚ ଫ୍ଲୁଇଡ୍ AMOLED ଡିସପ୍ଲେ ପ୍ରଦାନ କରୁଛି । ଏହି ଡିସପ୍ଲେ ୨୦: ୯ ର ଆସ୍ପେକ୍ଟ ରେସିୟ ଏବଂ 120Hz ର ରିଫ୍ରେସ ରେଟ ସହିତ ଆସିଥାଏ ।ଫୋନରେ ୧୨ ଜିବି RAM ଓ ୨୫୬ ଜିବି ଇନଣ୍ଟରନାଲ ଷ୍ଟୋରେଜ ରହିଛି। ପ୍ରୋସେସର୍ ଭାବେ ଆପଣ ଏହି ଫୋନରେ ପାଇବେ ସ୍ନାପଡ୍ରାଗନ୍ ୮୮୮ ।

ଫଟୋଗ୍ରାଫି ପାଇଁ, ଫୋନରେ ଡୁଆଲ୍ ଏଲଇଡି ଫ୍ଲାସ୍ ସହିତ ଟ୍ରିପଲ୍ ରିୟର କ୍ୟାମେରା ସେଟଅପ୍ ଅଛି । ଏଥିରେ -୦ ମେଗାପିକ୍ସେଲର ଅଲ୍ଟ୍ରା-ୱାଇଡ୍ ଆଙ୍ଗଲ୍ ଲେନ୍ସ ସହିତ ୪୭ ମେଗାପିକ୍ସେଲ ପ୍ରାଇମେରୀ ସେନସର ଏବଂ ୨ ମେଗାପିକ୍ସେଲ ମୋନୋକ୍ରୋମ ଲେନ୍ସ ଅଛି । ସେଲଫି ପାଇଁ ଆପଣ ଏହି ଫୋନରେ ୧୬ ମେଗାପିକ୍ସେଲର ସାମ୍ନା କ୍ୟାମେରା ପାଇବେ ।

ଫେସ୍-ଅନଲକ୍ ଏବଂ ଇନ୍-ଡିସପ୍ଲେ ଫିଙ୍ଗର ପ୍ରିଣ୍ଟ୍ ସେନ୍ସର ପାଇଁ ଏହି ଫୋନ୍ 4500mAh ବ୍ୟାଟେରୀ ଦିଆଯାଇଛି , ଯାହା ୱାର୍ପ ଚାର୍ଜ 65T ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରେ । ଏହି ଫୋନରେ ୱାଇ-ଫାଇ, ବ୍ଲୁଟୁଥ୍ 5.2, NFC, GPS ଏବଂ USB 3.1 Gen 1 Type-C ପୋର୍ଟ ଭଳି ଅପସନ ଦିଆଯାଇଛି । ଡୁଆଲ୍ ନାନୋ ସିମ୍ସ ସପୋର୍ଟ ସହିତ ଆସୁଛି, ଏହି ଫୋନକୁ ଦାମଦାରା ସାଉଣ୍ଡ ପାଇଁ ଡୁଆଲ୍ ଷ୍ଟେରିଓ ସ୍ପିକର୍ସ ଏବଂ ଡଲବି ଆଟମୋସ୍ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.