Below header

ଭିଜିଲାନ୍ସ ଜାଲରେ ବୌଦ୍ଧ ଆରଟିଓ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ

ମହଙ୍ଗା ପଡ଼ିଲା ଆୟଠୁ ଅଧିକ ସମ୍ପତ୍ତି ଠୁଳ । ଆଜି ଗିରଫ ହେଲେ ବୌଦ୍ଧର କୁବେର ଆରଟିଓ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବସନ୍ତ ମହାପାତ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ ।

ଭୁବନେଶ୍ୱର (କେନ୍ୟୁଜ): ମହଙ୍ଗା ପଡ଼ିଲା ଆୟଠୁ ଅଧିକ ସମ୍ପତ୍ତି ଠୁଳ । ଘରେ ରେଡ୍ ମାରିଥିଲା ଭିଜିଲାନ୍ସ । ଆଜି ଗିରଫ ହେଲେ ବୌଦ୍ଧର କୁବେର ଆରଟିଓ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବସନ୍ତ ମହାପାତ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ । ଠାବ ହୋଇଛି୧୯ କୋଟିର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି। ଫ୍ଲାଟ୍ କିଣିବାରେ ବସନ୍ତଙ୍କର ସଉକ ଥିଲା । ରେଡ୍ ବେଳେ ଭୁବନେଶ୍ବରରେ ୨ଟି ବିଳାସପୂର୍ଣ୍ଣ ଫ୍ଲାଟ୍ ଓ ୨ଟି ବ୍ୟବସାୟିକ ସପିଂ ଆଉଟଲେଟ୍ ରହିଛି । ଭୁବନେଶ୍ବର ଓ ବେଙ୍ଗାଳୁରୁରେ ଫ୍ଲାଟ୍ କିଣିବାକୁ ୨ କୋଟି ୨୩ ଟଙ୍କାର ଆଡଭାନ୍ସ ଦେଇଥିଲେ । ମୋଟ୍ ୩ କୋଟି ୯୦ ଲକ୍ଷ ଟଙ୍କାର ଜମା ରାଶି ଠାବ କରିଛି ଭିଜିଲାନ୍ସ । ୫୯୦ ଗ୍ରାମ୍ ସୁନା ଅଳଙ୍କାର ମିଳିଛି । ନଗଦ ୧ ଲକ୍ଷ ୧୬ ହଜାର ଟଙ୍କା ମିଳିଥିଲା ।

ଯାହାର ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ ବସନ୍ତ ମହାପାତ୍ର । ମୋଟ୍ ୧୯ କୋଟି ଟଙ୍କା ସମ୍ପତ୍ତି ଠାବ ହୋଇଛି । ଏଥିରେ ସ୍ଥାବର ସମ୍ପତ୍ତି ସାଢ଼େ ୧୪ କୋଟି ହୋଇଥିବା ବେଳେ ଅସ୍ଥାବର ସମ୍ପତ୍ତି ମୂଲ୍ୟ ପ୍ରାୟ ସାଢ଼େ ୪ କୋଟି ଟଙ୍କା ଆକଳନ କରାଯାଇଛି। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗତକାଲି ୧୦ଟି ସ୍ଥାନରେ ଏକକାଳୀନ ଚଢଉ କରିଥିଲା ଭିଜିଲାନ୍ସ। ଏହାପରେ ଖୋଲିଥିଲା ବସନ୍ତଙ୍କ କଳା ସାମ୍ରାଜ୍ୟର ଗୁମର। ଗିରଫ ବୌଦ୍ଧ RTO ଙ୍କ ନାଁରେ ପୂର୍ବରୁ ରହିଛି ମାମଲା । ୨୦୧୨ରେ ସମ୍ବଲପୁର ଲକ୍ଷ୍ମୀ ଡୁଙ୍ଗୁରି ଚେକ୍ ଗେଟରେ ଜୁନିଅର MVI ଥିବାବେଳେ ତାଙ୍କ ଠାରୁ ୩୯ ହଜାର ହିସାବ ବହିର୍ଭତ ଟଙ୍କା ମିଳିଥିଲା। ଏହା ପରେ ସେ ନିଲମ୍ବିତ ହୋଇଥିଲେ । ତାଙ୍କ ନାଁ ରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଥିଲା । ଏହାପରେ ତାଙ୍କ ଇନକ୍ରିମେଣ୍ଟ ମଧ୍ୟ ବନ୍ଦ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.