ବେପାର ନାଁରେ ୧୨ କୋଟି ଠକେଇ, ମାଷ୍ଟରମାଇଣ୍ଡକୁ ରିମାଣ୍ଡରେ ଆଣିଲା EOW

ମାର୍ଟ କରିବା ନାଁରେ ବଡ଼ ଠକେଇ । ଓଡ଼ିଶାରେ ୧୨ କୋଟି ଠକେଇ ଅଭିଯୋଗ । ଏହି ମାମଲାରେ ଗିରଫ ପର୍ଶୁରାମ ପାଲକୁ ଆଗ୍ରା ଜେଲରୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଲା EOW । ଏହାପରେ ମାଷ୍ଟରମାଇଣ୍ଡକୁ କଟକ OPID କୋର୍ଟରେ ହାଜର କରାଯାଇଛି । ଶହେରୁ ଅଧିକ ଲୋକଙ୍କୁ ଚୁନା ଲଗାଇଛି ଠକ ।

ଭୁବନେଶ୍ୱର (କେନ୍ୟୁଜ): ମାର୍ଟ କରିବା ନାଁରେ ବଡ଼ ଠକେଇ । ଗ୍ରୋସରି ମାର୍ଟ ନାଁରେ ଓଡ଼ିଶାରେ ୧୨ କୋଟି ଠକେଇ ଅଭିଯୋଗ । ଏହି ମାମଲାରେ ଗିରଫ ପର୍ଶୁରାମ ପାଲକୁ ଆଗ୍ରା ଜେଲରୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଲା EOW  । ଏହାପରେ ମାଷ୍ଟରମାଇଣ୍ଡକୁ କଟକ OPID କୋର୍ଟରେ ହାଜର କରାଯାଇଛି  । ଶହେରୁ ଅଧିକ ଲୋକଙ୍କୁ ଚୁନା ଲଗାଇଛି ଠକ । ଅମର୍ଦ୍ଦା ମାର୍ଟରେ ଟଙ୍କା ବିନିଯୋଗ କରିବା ପାଇଁ କହି ଇନଭେଷ୍ଟର, ଲ୍ୟାଣ୍ଡ ଓନର ଓ ଫ୍ରାଞ୍ଚାଇଜ କରିବା ନାଁରେ ଟଙ୍କା ଠକେଇ ହୋଇଛି  ।

ପୂର୍ବରୁ ଏହି ମାମଲାରେ ଓଡ଼ିଶା ଓ ଝାଡ଼ଖଣ୍ଡର ସଂସ୍ଥା ମୁଖ୍ୟ ପଙ୍କଜ ପରିଡ଼ାକୁ ଗିରଫ କରିଥିଲା EOW । ଇନଭେଷ୍ଟରମାନକୁ ଅଧିକ ଲାଭ ଆଶାରେ ଅର୍ମଦା ମାର୍ଟ ଟଙ୍କା ବିନିଯୋଗ କରିବାକୁ କହିଥିଲା । ଏଥିପାଇଁ ବିଭିନ୍ନ ଫେକ ଡକ୍ୟୁମେଣ୍ଟ ଦେଇ ଥିଲା । ଟଙ୍କା ପାଇବା ପରେ ମୋବାଇଲ ଫୋନ ଅଫ୍ କରି ଛୁ ମାରୁଥିଲା ଠକ ପର୍ଶୁରାମ ପାଲ । ଓଡ଼ିଶା, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ସମେତ ୧୦ଟି ରାଜ୍ୟରେ ଏହି କଂପାନୀ ଠକେଇ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.